STORYMIRROR

Prakash Majhi

Tragedy Inspirational Children

4  

Prakash Majhi

Tragedy Inspirational Children

ବୀର ସକାଳ

ବୀର ସକାଳ

1 min
217

ରାତିର ଆୟୁଷ ସରିଗଲା ପରେ

ତୁ ଆସିଲୁ ଧିରେଧିରେ,

ତୋତେ ନେଇ ସୁନ୍ଦର ଭାବନା

ଫୁଟିଉଠେ ମନ ଘରେ।


ଆଲୋକ ମାଳାର ସପନ ସାଗର

ନାଚୁଛି ହୃଦୟ ଚୁମି,

ତୋହରି ପରଶ ସ୍ୱର୍ଣ୍ଣିମ ସତେ

ବୟସ ଯାଉଛି ଝୁମି।


ତାଳ ପରେ ତାଳ ସ୍ଵରରେ ସଙ୍ଗୀତ

ଦେଉଛ ଏମିତି ଗାଇ,

ହଜିଲା ଦିନର ସ୍ମୃତି ଫେରିଆସେ

ସୁନ୍ଦର ଭାବନା ନେଇ ।


ତୁ ତ ପ୍ରେମର ଚଇତାଳି ବା

ପ୍ରଣୟ ଭାଷାର ଚିଠି,

ସୁଖିଲା ଓଠରୁ ମହୁ ଝରିପଡେ 

ନିଦରୁ ଉଠିଲେ ମାଟି।


ତୁ ତ କୁମର ମୁଁ ତ କୁମାର

ଆଉଯେ ରହିଲା ବାକି,

ସୁଖଦୁଃଖ ଏଠି ହେଉଥିବା ନିତି

ସମୟ ସୁବିଧା ଦେଖି ।


ଏମିତି ଆସୁଛ ପାଖରେ ବସୁଛ

ଦେଇଛ ଶହସ୍ର ତ୍ୟାଗ,

ଅହରହ ତୁମ ଗତିଶୀଳ ଆଶା

ତୋଳୁଥାଉ ପ୍ରେମ ରାଗ।


କଳ୍ପନା ରାଇଜେ ଉଡିବୁଲ ତୁମେ

ବାସ୍ତବ ଭିତରେ ରହି,

ବିଶ୍ଵାସେ ଆଙ୍କୁଛ ଜୀବନର ଚିତ୍ର

ମିଳନର ମାନେ କହି।


ଫୁଲରୁ ଫୁଲକୁ ଫୁଲ କୁମାର ହେ

ବାସନା ଦେଲଣି ଭରି

ସବୁରି ପ୍ରାଣରେ ତୁମେ ହିଁ ମହାନ

କୋଟିଏ ସାହାସ ଧରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy