Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Children

4  

Bharatabandhu Biswal

Children

ଶୀତ

ଶୀତ

1 min
255



ଛଅଟି ଋତୁ ଚପଳ ଛନ୍ଦା

  ସରଗ ଅପସରୀ

ଆସନ୍ତି ମର୍ତ୍ତେ ଗୋଟିଏ ପରେ

  ଗୋଟିଏ ହାତ ଧରି ।


ହେମନ୍ତ ପରେ ଆସଇ ଶୀତ

  ଅଳପ ଲାଜ କରି

ଖୋଲେ ସେ ଧିରେ ପେଡିକୁ ତାର

  ଆନନ୍ଦ ଯାଏ ଖେଳି ।


ଶୀତ ମାଉସୀ ନିଜର ଅତି

  ଲାଗଇ ଭାରି ଭଲ

ସକାଳ ଖରା ଲାଗେ ଚନ୍ଦନ

  ଦେହ କରଇ ଟାଣ ।


ସୋରିଷ ଫୁଲେ ହସଇ ଖେତ

  ଅମଳ ହୁଏ ଧାନ

ବାଡ଼ି ବଗିଚା ଦିଶେ ସୁନ୍ଦର

  ସବୁଜ ଛନଛନ ।


ଫୁଲ ଓ ଫଳ ପନିପରିବା

  ସୁଲଭ ସବୁଠାରେ

ଗୋଲାପ ଗେଣ୍ଡୁ ବିବିଧ ରଙ୍ଗ

  ଶୋଭା ମନକୁ ହରେ ।


ଘର ଦୁଆର ଧାନ ଖଳାରେ

  ପଡ଼ଇ ଚିତା ଝୋଟି

ଗୁରୁବାର ରେ ମାତା ଶ୍ରୀ ଦେବୀ

  ପୂଜା ପାଆନ୍ତି ଲକ୍ଷ୍ମୀ ।


ଶୀତରେ ହୁଏ ମକର ମେଳା

   ଇଂରାଜୀ ନବବର୍ଷ

ହରଷ ଚିତ୍ତେ ପାଳନ୍ତି ସର୍ବେ

   ବଡ଼ ଦିନର ପର୍ବ ।


ବଣଭୋଜିରେ ପିଲା ମାତନ୍ତି

   ଖେଳନ୍ତି ଲୁଚକାଳି

ଝରଣା କୂଳ ସବୁଜ ବନେ

  ଖୋଜନ୍ତି କଣ୍ଟିକୋଳି ।


ନାଚେ ମୟୂର ପକ୍ଷକୁ ମେଲି

  ମନକୁ ନିଏ ମୋହି

ଜାତିକୁ ଜାତି ପଶୁ ଓ ପକ୍ଷୀ

  ବନ ବିହାର ଭୂଇଁ ।


ଶୀତ ମାଉସୀ ଡରାଏ କେବେ

  ଭୀଷଣ ହୁଏ ଜାଡ

କୋହଳା ପାଗ ଘନ କୁହୁଡି

  ଥର ଭାଙ୍ଗଇ ହାଡ଼ ।


ପଶମ ବସ୍ତ୍ର ରେଜେଇ କନ୍ଥା

  ସବୁରି ହୁଏ ଲୋଡା

ଉଷୁମ ଥିଲେ ବିଛଣା ଶେଯ

  ଆଖିକୁ ଆସେ ନିଦ୍ରା ।


ଶୀତ ମାଉସୀ ଦିଅଇ ଭେଟି

  ଅନେକ ଉପହାର

ତା ଉପସ୍ଥିତି ବରଷେ ଥରେ

  ନିହାତି ଦରକାର ।


  -------------



Rate this content
Log in

Similar oriya poem from Children