STORYMIRROR

Samar Ballav Bhoi

Children Stories Inspirational Children

4  

Samar Ballav Bhoi

Children Stories Inspirational Children

ଶିଶୁ

ଶିଶୁ

1 min
194


ଶିଶୁ ହିଁ ନିଷ୍ପାପ ସଦା ଚିରନ୍ତନ

ମାତୃ କୋଳେ ରହେ ସୁରକ୍ଷିତ

କୋମଳାଙ୍ଗ ତନୁ ସୁନ୍ଦର ବଦନ

ପ୍ରିୟ ଅଟେ ପରିବାରେ ସବୁଦିନ।।


ଶିଶୁ ହିଁ ଶିଶୁ ଅମୃତ ସମାନ

ଶିଶୁ ତାରାଫୁଲ ନିର୍ମଳ ତା ମନ

ଶିଶୁ ମୁହଁ ହସ ଶୀତଳ ଚନ୍ଦନ

ଶିଶୁ ପରା ଅଟେ ସ୍ୱୟଂ ନାରାୟଣ।।


ଶିଶୁର ଦରଦ ମା'ର ଦରଦ

କଅଁଳିଆ କଥା ଲୁହ ଥନଥନ 

ମଣିଷର ମନ ହୁଏ ପ୍ରତିହତ

ନିରବ ନିଶ୍ଚଳ ଦେଖି ହୁଏ ମନ।।


ସ୍ନେହ ମମତାର ବନ୍ଧନ ଡୋରିରେ

ଗଢି ଉଠେ ଶୈଶବ ଜୀବନ

ଉଦାର ହୃଦୟେ ସ୍ନେହ ପରସିଲେ

ଶିଶୁଟି ଗଢେ ତାର ସ୍ୱଚ୍ଛ ମନ।।


ଶିଶୁ ନିରାପତ୍ତା ଶିଶୁର ଯତନ

ଅଟେ ଦେଶ ଜାତିର ପ୍ରତି ଚିହ୍ନ

ସୁଶିକ୍ଷା ଆଚାର ବିଚାର ବ୍ୟବହାର

ସବୁ କରିଥାଏ ଶିଶୁକୁ ମହାନ।। 


ପିତାମାତାଙ୍କ ସ୍ନେହ ମମତାର ସମ୍ପତ୍ତି

ଶିଶୁ ଭବିଷ୍ୟତ ହେଲେ ସୁରକ୍ଷିତ 

ଉନ୍ନତ ହୋଇବ ଦେଶ ଜାତିର ପ୍ରଗତି

ଯଥାସମ୍ଭବ ପ୍ରଚେଷ୍ଟା ହେଉ ଉନ୍ନତ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍