STORYMIRROR

Bharatabandhu Biswal

Inspirational Children

4  

Bharatabandhu Biswal

Inspirational Children

ମୋ ମାତୃଭାଷା ଓଡ଼ିଆ

ମୋ ମାତୃଭାଷା ଓଡ଼ିଆ

1 min
264


କହିବି ଓଡ଼ିଆ ଲେଖିବି ଓଡ଼ିଆ

ଓଡ଼ିଆ ମୋ ମାତୃଭାଷା

ସରସ ସୁନ୍ଦର ମଧୁ ବର୍ଣ୍ଣବୋଧ

ସହଜ ଓଡ଼ିଆ ଶିକ୍ଷା ।

ଓଡ଼ିଆ ଅକ୍ଷର ବହୁତ ସୁନ୍ଦର

ନଡ଼ିଆ ପରିକା ଗୋଲ

ସାହିତ୍ୟ ପୁରାଣ ରସ ଭରପୁର

ବ୍ୟାକରଣ ଭାରି ଭଲ ।

ଅବନା ଅକ୍ଷର ଫଳା ମାତ୍ରା କାର

ଓଡ଼ିଆ ର ଯୁକ୍ତାକ୍ଷର

ଶିଖିବା ଉଚିତ ନିଜ ମାତୃଭାଷା

ନିର୍ଭୁଲ ହୋଇବା ଭଲ ।

ଛାନ୍ଦ ଚଉପଦୀ ଭଜନ ଜଣାଣ

କେତେ ଗପ ଗୀତ କଥା

ସୁସମୃଦ୍ଧ ଅଟେ ଓଡ଼ିଆ ସାହିତ୍ୟ

ମାନ୍ୟ ତାର ଶାସ୍ତ୍ରୀୟତା ।

ମାଆ ମାତୃଭୂମି ଆମ ମାତୃଭାଷା

ଅମୂଲ୍ୟ ରତ୍ନ ଅନନ୍ୟ

ଆସ କୁନାକୁନୀ ସେବାରେ ତାଙ୍କରି 

ଢାଳିଦେବା ମନପ୍ରାଣ ।

  


Rate this content
Log in

Similar oriya poem from Inspirational