STORYMIRROR

Lipi Sahoo

Tragedy Children

4  

Lipi Sahoo

Tragedy Children

ବହ୍ନି ବଳୟ

ବହ୍ନି ବଳୟ

1 min
268

ଏଥର ଫଗୁଣ ଆସିଛି 

ସାଥୀରେ ବହ୍ନିବଳୟ ନେଇ

ନିଶିଥ ଅନ୍ଧାରେ ପାହାଡ଼ ଉପରେ

ଦିଗ ଦିହୁଡି ଦେଉଚି କି ?? ପ୍ରଳୟ ସଂକେତ !!


ନିଆଁ ର ଆଁ ରେ 

ହଜାଏ ଅସ୍ତିତ୍ବ ସାରା ପଲ୍ଲବିତ ସବୁଜିମା

ଚଇତି ପବନେ ଭାସିଆସେ

ପୋଡ଼ା ପାଉଁଶର ବାସ୍ନା


ଗଭୀର ଅରଣ୍ୟେ 

ନିଶାର୍ଦ୍ଧରେ ଶୁଭେ କାହାର ସେ

ବୁକୁଫଟା ଯନ୍ତ୍ରଣା ଜର୍ଜରିତ ଚିତ୍କାର

ଚାଲେ କି ?? ପିଶାଚର ସେଠି ତାଣ୍ଡବ !!


ବିଷର୍ଣ୍ଣ ଆଜି ଜହ୍ନ ର ମୁହଁ

ଦେଖି ବିଧ୍ୱସ୍ତ ପୃଥିବୀ ର ହା ହା କାର 

ସାଗର ପାଣି ବି ଶଂଙ୍ଖେ ଲାଗୁଚି

ଦେଖି ତା'ର ଜିହ୍ୱା ଲହ ଲହ


କାହାର ନିର୍ଦ୍ଦେଶେ

ଝରିପଡେ ପିୟୁଷର ଦୁଇ ବୁନ୍ଦା

ଶୀତଳେଇ ଦିଏ ଅଗ୍ନି ର ଲେଲିହାନ ଶିଖା

କେବଳ ସ୍ରଷ୍ଟା ହିଁ ବୁଝେ ସୃଷ୍ଟି ର ଲୀଳାଖେଳା ।।।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy