ସାଧବ ବୋହୂ
ସାଧବ ବୋହୂ
ସାଧବବୋହୂ ଲୋ ସାଧବବୋହୂ
କେଣେ ଚାଲି ଯାଉ କଥା ନ କହୁ।
କି ସୁନ୍ଦର ତୋର ରୂପ ଲାବଣ୍ଯ
କିଣି ନେଉ ପରା ସବୁରି ମନ॥୧॥
ବରଷା ଆସିବା ଆଗରୁ ଆସୁ
ତା'ପରେ କେଉଁ ଆଡେ ତୁ ହଜୁ
ସବୁଜ ଘାସରେ ଓଢଣୀ ଟାଣି
ଚୁପି ଚୁପି ଆସୁ ତୁ ମନ ଜାଣି ॥୨॥
ଆସିବ ଏବେ ଲୋ ବରଷା ରାଣୀ
ତାର ଆସିବା କଥା କହିଦେଲୁଣି
କାହିଁହଜିଯାଉ ଖୋଜେ ମୁଁ କେତେ
ଆ,ଖେଳିବ ମୋ ପୁଅ ତୋ ସାଥେ॥୩॥
ନାଲି ଗୁରୁଗୁରୁ ରେଶମ ଦେହ
ଛୁଇଁ ଦେଇ ଖୁସି ହେବ ମୋ ପୁଅ
କ୍ଷୀରି ପୁରି ଦେବି ଖାଇବୁ ଯେତେ
ରୁଷି ଯିବୁ ନାହିଁ କହୁଛି ତୋତେ॥୪॥
ପରିବେଶ ଭଲରହିବ ଯେବେ
ସାଧବବୋହୂ ତ ଆସିବ ତେବେ
ମନେରଖ ମୋର ଭାଇ ଭଉଣୀ
ସାଧବବୋହୂ କୁ ଭୁଲି ଯିବନି॥୫॥
