STORYMIRROR

Sangita Mishra Satapathy

Children

4  

Sangita Mishra Satapathy

Children

ସାଧବ ବୋହୂ

ସାଧବ ବୋହୂ

1 min
431


ସାଧବବୋହୂ ଲୋ ସାଧବବୋହୂ 

କେଣେ ଚାଲି ଯାଉ କଥା ନ କହୁ।

କି ସୁନ୍ଦର ତୋର ରୂପ ଲାବଣ୍ଯ

କିଣି ନେଉ ପରା ସବୁରି ମନ॥୧॥

ବରଷା ଆସିବା ଆଗରୁ ଆସୁ

ତା'ପରେ କେଉଁ ଆଡେ ତୁ ହଜୁ

ସବୁଜ ଘାସରେ ଓଢଣୀ ଟାଣି

ଚୁପି ଚୁପି ଆସୁ ତୁ ମନ ଜାଣି ॥୨॥

ଆସିବ ଏବେ ଲୋ ବରଷା ରାଣୀ

ତାର ଆସିବା କଥା କହିଦେଲୁଣି

କାହିଁହଜିଯାଉ ଖୋଜେ ମୁଁ କେତେ

ଆ,ଖେଳିବ ମୋ ପୁଅ ତୋ ସାଥେ॥୩॥

ନାଲି ଗୁରୁଗୁରୁ ରେଶମ ଦେହ

ଛୁଇଁ ଦେଇ ଖୁସି ହେବ ମୋ ପୁଅ

କ୍ଷୀରି ପୁରି ଦେବି ଖାଇବୁ ଯେତେ

ରୁଷି ଯିବୁ ନାହିଁ କହୁଛି ତୋତେ॥୪॥

ପରିବେଶ ଭଲରହିବ ଯେବେ

ସାଧବବୋହୂ ତ ଆସିବ ତେବେ

ମନେରଖ ମୋର ଭାଇ ଭଉଣୀ 

ସାଧବବୋହୂ କୁ ଭୁଲି ଯିବନି॥୫॥


 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children