STORYMIRROR

GAGAN KUMAR DASH

Children

4  

GAGAN KUMAR DASH

Children

ହେମନ୍ତ ଆସୁଛି ଘୂରି ଘୂରି

ହେମନ୍ତ ଆସୁଛି ଘୂରି ଘୂରି

1 min
166


   

ହେମନ୍ତ ଆସୁଛି ଘୂରି ଘୂରି,

ପବନ ବହୁଛି ସିରି ସିରି ।

ପୃଥିବୀ ହସୁଛି କିରି କିରି,

ପାଟ ପିନ୍ଧି ଅଛି ସୁନା ଜରି ।

ହେମନ୍ତ ଆସୁଛି ଥିରି ଥିରି,

ଫୁଲ ଫୁଟି ଅଛି ଭରି ଭରି ।

ହେମାଳ ବହୁଛି ଫିରି ଫିରି,

ଭ୍ରମର ବୁଲୁଛି ଘିରି ଘିରି ।

ହେମନ୍ତ ଆସୁଛି ଘୂରି ଘୂରି,

ଶୀତ ଲାଗୁ ଅଛି ସିରି ସିରି ।

ଓଡ଼ିଆଣୀ ବୋହୂ ଡରି ଡରି,

ନଇ ତୋଠୁ ଆସେ ଥରି ଥରି ।

ହେମନ୍ତ ଆସୁଛି ଥିରି ଥିରି,

ପକ୍ଷୀ ହସୁଅଛି ଚିରି ଚିରି ।

ଚାଷୀ ଭାଇ ହସେ କିରି କିରି,

ପ୍ରଜାପତି ବୁଲେ ଫିରି ଫିରି ।

ହେମନ୍ତ ଆସୁଛି ଘୂରି ଘୂରି,

ଝରଣା ଯାଉଛି ଝରି ଝରି।

ସୁରୁଜ ଡାକୁଛି ଠାରି ଠାରି,

ସକଳ ଯାଅ କାମ କରି ।

ହେମନ୍ତ ଆସୁଛି ଥିରି ଥିରି,

ଭଲ ପିଲା ହେବା ଗାନ୍ଧୀ ପରି ।

ହୁଅ ନାହିଁ ପିଲେ ବିରି ବିରି,

ଦିନ ଆସିଲାଣି ସରି ସରି ।

ହେମନ୍ତ ଆସୁଛି ଘୂରି ଘୂରି,

ପାଠ ପଢ ବସି କାମ ସାରି ।

ପୃଥିବୀ ଘୂରୁଛି ଧିରି ଧିରି

ଛଅ ଋତୁ ଆସେ ଏହି ପରି ।



Rate this content
Log in

Similar oriya poem from Children