ଅନ୍ତର ସୁନ୍ଦର
ଅନ୍ତର ସୁନ୍ଦର
ବତକ ରାଣୀ ଭାରି ସିଆଣି
ଖେଳରେ ତାର ଚହଲେ ପାଣି ll
ପାଞ୍ଚଟି ସନ୍ତାନ ତାହାରି କୋଳେ
ବିତଇ ଦିନ ଆନନ୍ଦେ ମେଳେ ll
ସୁନ୍ଦର ବୋଲି ମନେ ଗରବ
ତା ସରି କିଏ ହେବ ll
ଚାରି ସନ୍ତାନ ଧାବନ୍ତି ସାଥେ
ଏକଇ ରିକି ଚଲଇ ତାପଥେ ll
ବନ୍ଧୁତା ତାର ଅତି ନିବିଡ
ଗୁଡ଼ୁ ସାଙ୍ଗେ ନଥାଏ ବନ୍ଧବାଡ଼ ll
ବତକ କହେ ଆରେ ରିକି
ଅଟୁ ତୁ ଭାରି ବୋକି ll
କେଡେ ସୁନ୍ଦର ତନୁ ତୋହରି
ବନ୍ଧୁ ହୋଇଛୁ ଗୁଡ଼ୁ ଘୁଷୁରି ll
ନିର୍ମଳ ଜଳେ ତୋହରି ଖେଳ
ପଙ୍କେ ସେ ଲୋଟଇ ସବୁବେଳ ll
ଏଡ଼େ କଦର୍ଯ୍ୟ ରୂପଟି ତାର
କି ଲାଭ ତା ଠାରେ ll
ରିକି କହେ ଫୁଲାଇ ଛାତି
ବନ୍ଧୁତା ରେ ନଥାଏ ଲାଭ କ୍ଷତି ll
ଦିନେ ବୁଲୁଥିଲା ପୋଖରୀ ପାସେ
ସାଙ୍ଗରେ ଚାରି ସନ୍ତାନ ହସେ ll
ଲହଲହ ଜିହ୍ୱା ପ୍ରବଳ ବେଗେ
ଜଙ୍ଗଲୀ କୁକୁର ଉଭା ତାଙ୍କରିଆଗେ ll
ଭାବିଲା ସରିଲା ଜୀବନ ମୋର
କେମିତି ବଞ୍ଚିବେ ଚାରି କୁମର ll
ଘୁଷୁରୀ ଆସି କଲା ସୁରକ୍ଷା
କଷ୍ଟ ସହି ଦେଲା ତାକୁ ଶିକ୍ଷା ll
ବତକରାଣୀ ଦେଖି ଆଖିରେ ପାଣି
ବନ୍ଧୁତା ଯେ ସର୍ବଶ୍ରେଷ୍ଠ ପାରିଲାଜାଣି ll
ରୁପରଙ୍ଗ ନୁହେଁ ଚୀରଦିନ ସ୍ଥାୟୀ
ହୃଦୟ ସୁନ୍ଦର ସବୁଦିନ ପାଇଁ ll
