STORYMIRROR

Kalpana Kumari Pradhan

Inspirational Children

4  

Kalpana Kumari Pradhan

Inspirational Children

ଅନ୍ତର ସୁନ୍ଦର

ଅନ୍ତର ସୁନ୍ଦର

1 min
222

ବତକ ରାଣୀ ଭାରି ସିଆଣି

ଖେଳରେ ତାର ଚହଲେ ପାଣି ll

ପାଞ୍ଚଟି ସନ୍ତାନ ତାହାରି କୋଳେ

ବିତଇ ଦିନ ଆନନ୍ଦେ ମେଳେ ll

ସୁନ୍ଦର ବୋଲି ମନେ ଗରବ

ତା ସରି କିଏ ହେବ ll

ଚାରି ସନ୍ତାନ ଧାବନ୍ତି ସାଥେ

ଏକଇ ରିକି ଚଲଇ ତାପଥେ ll

ବନ୍ଧୁତା ତାର ଅତି ନିବିଡ

ଗୁଡ଼ୁ ସାଙ୍ଗେ ନଥାଏ ବନ୍ଧବାଡ଼ ll

ବତକ କହେ ଆରେ ରିକି

ଅଟୁ ତୁ ଭାରି ବୋକି ll

କେଡେ ସୁନ୍ଦର ତନୁ ତୋହରି

ବନ୍ଧୁ ହୋଇଛୁ ଗୁଡ଼ୁ ଘୁଷୁରି ll

ନିର୍ମଳ ଜଳେ ତୋହରି ଖେଳ

ପଙ୍କେ ସେ ଲୋଟଇ ସବୁବେଳ ll

ଏଡ଼େ କଦର୍ଯ୍ୟ ରୂପଟି ତାର

କି ଲାଭ ତା ଠାରେ ll

ରିକି କହେ ଫୁଲାଇ ଛାତି

ବନ୍ଧୁତା ରେ ନଥାଏ ଲାଭ କ୍ଷତି ll

ଦିନେ ବୁଲୁଥିଲା ପୋଖରୀ ପାସେ

ସାଙ୍ଗରେ ଚାରି ସନ୍ତାନ ହସେ ll

ଲହଲହ ଜିହ୍ୱା ପ୍ରବଳ ବେଗେ

ଜଙ୍ଗଲୀ କୁକୁର ଉଭା ତାଙ୍କରିଆଗେ ll

ଭାବିଲା ସରିଲା ଜୀବନ ମୋର

କେମିତି ବଞ୍ଚିବେ ଚାରି କୁମର ll

ଘୁଷୁରୀ ଆସି କଲା ସୁରକ୍ଷା

କଷ୍ଟ ସହି ଦେଲା ତାକୁ ଶିକ୍ଷା ll

ବତକରାଣୀ ଦେଖି ଆଖିରେ ପାଣି

ବନ୍ଧୁତା ଯେ ସର୍ବଶ୍ରେଷ୍ଠ ପାରିଲାଜାଣି ll

ରୁପରଙ୍ଗ ନୁହେଁ ଚୀରଦିନ ସ୍ଥାୟୀ

ହୃଦୟ ସୁନ୍ଦର ସବୁଦିନ ପାଇଁ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational