ଦିଲ୍ଲୀ ଚଲୋ
ଦିଲ୍ଲୀ ଚଲୋ
ନିର୍ଭୀକ ସୁଭାଷ ଦେଇଅଛି ଡାକ
ଦିଲ୍ଲୀ ଚଲୋ ଦିଲ୍ଲୀ ଚଲୋ l
ଇମ୍ଫାଲର ବକ୍ଷେ ତ୍ରିରଙ୍ଗା ଉଡୁଛି
ମାଡ଼ି ଚାଲ ମାଡ଼ି ଚାଲ ll
ସୈନିକେ ଯୁବକେ ଡାକ ଦେଇଛି
ରକ୍ତ ଦିଅ ରକ୍ତ ଦିଅ l
ସ୍ୱାଧୀନତା ନିଶ୍ଚେ ଆଣିଦେଵି ମୁହିଁ
ଧରିନିଅ ଏହା ଥୟ ll
ଔଦ୍ଧତ୍ୟ ଭରା ସେ ହୁଙ୍କାର ଶୁଣି
ଶତ୍ରୁ ହୃଦ ଥର ହର l
ବ୍ରିଟିଶ ଶାସନ ପ୍ରମାଦ ଗଣିଲା
ଆସିଗଲା କମ୍ପ ଜ୍ୱର ll
ହାରି ଗୁହାରି ବହୁତ ହୋଇ ଗଲା
ଚଳିବନି ତାହା ଆଉ l
ସ୍ୱାଧୀନତା ମୋର ଜନ୍ମ ଅଧିକାର
ଛିନ୍ନ କରି ନେବି ବାହୁ ll
ଶତ୍ରୁର ଶତ୍ରୁ ମିତ୍ର ମୋହର ଜର୍ମାନୀ
ହିଟଲର ଭାଈ l
ସ୍ୱାଧୀନତା ମୋର ଭିଡ଼ି ନେବି ମୁହିଁ
ଗାଲରେ ଚାପୁଡ଼ା ଦେଇ ll
ଗାନ୍ଧୀ ମହାତ୍ମା ହେ ଲାଗି ରହିଥାଅ
ଅହିଂସାରେ ଦିନ ରାତି l
ଅମାନିଆ ତୁମ ସୁବାଷ ହିଂସାରେ
ଚରଣରେ ତଵ ଭକ୍ତି ll
କର୍ମବୀର ହୁଅ ବାକ୍ୟବୀର ନୁହଁ
ଭାରତର ଯେତେ ଯୁବା l
ଇନକିଲାଵ ହାତ ମିଳାଅ ବିଦେଶୀଙ୍କୁ
ତଡ଼ି ଦେବା ll
ଅଗ୍ନିବର୍ଷି ବାଣୀ ତୁମର ନେତାଶ୍ରୀ
ଉନମାଦ ଦେଲା ଭରି l
ଲମ୍ଫ ଦେଲେ ଯେତେ ଯୁବକ ଯୁବତୀ
ଶତ୍ରୁ ଉଠିଲା ଥରି ll
ତୋଷାମଦ,ତେଲ,ମାଡ଼ଖିଆ ନୀତି
ବିଷ ପ୍ରାୟ ତୁମ୍ଭେ ମଣି l
ଓଟାରି ଆଣିବା ଆମ ସ୍ବାଧୀନତା
ଯିବାକୁ ପଡ଼ୁ ମଶାଣି ll
ଭୁଲି ନାହୁଁ ଆମ୍ଭେ ସେହି ବଜ୍ର ବାଣୀ
ଅସୀର ଜବାବ ଅସୀ l
ନେତାଙ୍କର ନେତା ନେତାଜୀ ସୁଭାଷ
ଝୁରୁଛୁ ଭାରତ ବାସୀ ll
ଅଦମ୍ୟ ସାହସ ଅପୂର୍ଵ ଉତ୍ସାହ ଠୁଳ
ତୁମ୍ଭ ଠାରେ ଶତ l
କୋଟିକରେ କେବେ ଗୋଟିଏ ମିଳିବେ
ତୁମ ପରି ଦେଶ ଭକ୍ତ ll
ଆଜାଦ ହିନ୍ଦ୍ ସନ୍ତାନ ତୁମେ ଜନନୀର
ଯୋଗ୍ୟ ସୂତ l
ତୁମ୍ଭ ଦେଶ ଭକ୍ତି ତୁମ୍ଭ ଜାତି ପ୍ରୀତି
ପାଖେ ଶିର କରୁ ନତ ll
