STORYMIRROR

Samita Swain

Children Stories

4  

Samita Swain

Children Stories

କିଏହେବ ତାଙ୍କପରି

କିଏହେବ ତାଙ୍କପରି

1 min
266

ଗୋଲାମଗିରିକୁ ପସନ୍ଦ ନକରି

ଗୋଲାମି କୁ ଶେଷ କରି

ଆମ ହାତେ ଦେଲେ ଆମ  ସ୍ବାଧୀନତା

ଆମ ଶାସନର ଡୋରି

କିଏ ହେବ ତାଙ୍କ ପରି

ସତ୍ୟ ର ସାଥୀ ସେ ଅହିଂସା ପୂଜାରୀ 

ପ୍ରିୟ ବାପୁଜୀ ଆମରି।।


ଭାରତ ଛାଡର ଆନ୍ଦୋଳନ କରି

ସୌହାର୍ଦ୍ଦର ବାର୍ତ୍ତା ଭରି

ସ୍ବାଧୀନତା ସ୍ବାଦ ଚଖାଇ ଦେଲେ ସେ

ଦାସତ୍ଵ ରୁ ମୁକ୍ତ କରି

କିଏ ହେବ ତାଙ୍କ ପରି

ବିଦା କରି ଦେଲେ ବିଟ୍ରିଶ ମାନଙ୍କୁ

ସାତ ଦରିଆ ସେପାରି ।।


ବିଦେଶୀ ଦ୍ରବ୍ୟ କୁ ବର୍ଜନ କରିକି

ସ୍ବଦେଶୀ ଆଦର କରି 

ଦେଖାଇଲେ ସଦା ଆଲୋକ ବର୍ତ୍ତୀକା 

ମୁକ୍ତିର ମଶାଲ ଧରି

କିଏ ହେବ ତାଙ୍କ ପରି

ମହାମାନବ ସେ ଶତାବ୍ଦୀ ପୁରୁଷ

ଅମର ଆଜି ବି ମରି।।


ଜୀବନଙ୍କୁ ତାଙ୍କ ତିଳତିଳ ଜାଳି

ଗୋରାଙ୍କୁ ବିରୋଧ କରି

ସ୍ବାଧୀନତା ପାଇଁ ଜୀବନ ମନ୍ତ୍ରରେ

ଦେଶପ୍ରୀତି ଦେଇ ଭରି

କିଏ ହେବ ତାଙ୍କ ପରି

ସ୍ବାଧୀନତା ର ଏ ଅମୂଲ୍ୟ ଗୌରବ 

ସମ୍ପଦକୁ ପ୍ରାପ୍ତ କରି।।


ଉଡାଇ ଦେଲେ ସେ ତ୍ରିରଙ୍ଗା ପତାକା 

ଶାନ୍ତି ମୈତ୍ରୀ ଅନୁସରି

ଜାତିର ଜନକ ପୂଜ୍ଯ ମହାତ୍ମାହେ 

ଚିରବନ୍ଦ୍ଯ କ୍ରାନ୍ତିକାରୀ

କିଏ ହେବ ତୁମପରି

ରାମ ରାଜ୍ଯ ସ୍ବପ୍ନ ଏବେବି ଅଧୁରା 

ଆଉଥରେ ଆସ ଫେରି।।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍