କିଏହେବ ତାଙ୍କପରି
କିଏହେବ ତାଙ୍କପରି
ଗୋଲାମଗିରିକୁ ପସନ୍ଦ ନକରି
ଗୋଲାମି କୁ ଶେଷ କରି
ଆମ ହାତେ ଦେଲେ ଆମ ସ୍ବାଧୀନତା
ଆମ ଶାସନର ଡୋରି
କିଏ ହେବ ତାଙ୍କ ପରି
ସତ୍ୟ ର ସାଥୀ ସେ ଅହିଂସା ପୂଜାରୀ
ପ୍ରିୟ ବାପୁଜୀ ଆମରି।।
ଭାରତ ଛାଡର ଆନ୍ଦୋଳନ କରି
ସୌହାର୍ଦ୍ଦର ବାର୍ତ୍ତା ଭରି
ସ୍ବାଧୀନତା ସ୍ବାଦ ଚଖାଇ ଦେଲେ ସେ
ଦାସତ୍ଵ ରୁ ମୁକ୍ତ କରି
କିଏ ହେବ ତାଙ୍କ ପରି
ବିଦା କରି ଦେଲେ ବିଟ୍ରିଶ ମାନଙ୍କୁ
ସାତ ଦରିଆ ସେପାରି ।।
ବିଦେଶୀ ଦ୍ରବ୍ୟ କୁ ବର୍ଜନ କରିକି
ସ୍ବଦେଶୀ ଆଦର କରି
ଦେଖାଇଲେ ସଦା ଆଲୋକ ବର୍ତ୍ତୀକା
ମୁକ୍ତିର ମଶାଲ ଧରି
କିଏ ହେବ ତାଙ୍କ ପରି
ମହାମାନବ ସେ ଶତାବ୍ଦୀ ପୁରୁଷ
ଅମର ଆଜି ବି ମରି।।
ଜୀବନଙ୍କୁ ତାଙ୍କ ତିଳତିଳ ଜାଳି
ଗୋରାଙ୍କୁ ବିରୋଧ କରି
ସ୍ବାଧୀନତା ପାଇଁ ଜୀବନ ମନ୍ତ୍ରରେ
ଦେଶପ୍ରୀତି ଦେଇ ଭରି
କିଏ ହେବ ତାଙ୍କ ପରି
ସ୍ବାଧୀନତା ର ଏ ଅମୂଲ୍ୟ ଗୌରବ
ସମ୍ପଦକୁ ପ୍ରାପ୍ତ କରି।।
ଉଡାଇ ଦେଲେ ସେ ତ୍ରିରଙ୍ଗା ପତାକା
ଶାନ୍ତି ମୈତ୍ରୀ ଅନୁସରି
ଜାତିର ଜନକ ପୂଜ୍ଯ ମହାତ୍ମାହେ
ଚିରବନ୍ଦ୍ଯ କ୍ରାନ୍ତିକାରୀ
କିଏ ହେବ ତୁମପରି
ରାମ ରାଜ୍ଯ ସ୍ବପ୍ନ ଏବେବି ଅଧୁରା
ଆଉଥରେ ଆସ ଫେରି।।
