ପିଲା ଦିନ ର ସ୍ମୃତି
ପିଲା ଦିନ ର ସ୍ମୃତି
1 min
172
ମୋର ଏକ ବରପିଲା ଥିଲା
ତୁମର ଏକ କନ୍ୟାହାରି ଥିଲା
ଏ ଖେଳ ଚାଲୁଥିଲା ସାଥିରେ
ଅଜଣା ହୃଦୟ ଭିତରେ
ଏକ ସୁନ୍ଦର ସମୟ ଥିଲା
ବରପିଲା ଓ କନ୍ୟାହାରି ବନ୍ଧନ ବାନ୍ଧୁଥିଲୁ
ସାଙ୍ଗ ସାଥି ବଜା ବଜାଉଥିଲେ
ତୁମେ ଓ ମୁଁ ମା -ବାପା ସାଜିଥିଲୁ
କିନ୍ତୁ ତୁମେ ମନ ରୁ ଭୁଲିଯାଇଥିବ
ବିଭିନ୍ନ ପୋଷାକ ରେ ସଜାଇବା
ଧୂଳି କୁ ଚାଉଳ ଭାବି ଫିଙ୍ଗିବା
କାନ୍ଦିବା ବାହାନା ରେ ଆଖିରେ ଥୁକ୍କ ଦେବା
ଏହା ମୁଁ ଦିନେ- ଦିନେ ଭାବେ
ଏ କାହାଣୀ ସତ ହେବ
ଦିନେ ତୁମେ ମାଆ ହେବ ମୁଁ ବାପା ହେବି
ମାୟା ମିଛ ଦୁନିଆ ରେ ସେମିତି ବିଲୀନ ହେଁମୁ
