STORYMIRROR

sekhar Samal

Children

4  

sekhar Samal

Children

ସ୍ଵାଧୀନତା ସଂଗ୍ରାମରେ ଉତ୍କଳ

ସ୍ଵାଧୀନତା ସଂଗ୍ରାମରେ ଉତ୍କଳ

1 min
198


ଆଲୋକର ଦେଶ ଶୁଣି ତା'ର ଯଶ

    ବିଦେଶୀ ହୋଇଲେ ବଶ

ମାମୁଦ ଗଜନୀ ସିକନ୍ଦର ପୁଣି

    ମୋଗଲ କଲେ ପ୍ରବେଶ।


ଶେଷରେ ଫିରିଙ୍ଗୀ ଏକତାକୁ ଭାଙ୍ଗି

     କଲେ ଦେଶକୁ ଶାସନ

କେତେ ଶହେବର୍ଷ ଜନନୀ ବିମର୍ଷ 

    କରୁଥିଲା ସେ ରୋଦନ।


ଶେଷ ପରାଧୀନ ଓଡିଶାର ମାନ

    ସଂଗ୍ରାମୀ ବାଜି ରାଉତ

ଚାଖି ଖୁଣ୍ଟିଆଙ୍କ କର୍ମ ହେଲା ବାଙ୍କ

     ଲକ୍ଷ୍ମୀବାଇଙ୍କ ସାମନ୍ତ।


ଖୋରଧାର ବୀର ନୁହେଁ ନତଶିର 

     ଲଢିଲେ ଗରିଲା ଯୁଦ୍ଧ 

ବକ୍ସି ଜଗବନ୍ଧୁ ଶେଷ ପ୍ରାଣବିନ୍ଦୁ

     ସମର୍ପିଲେ ଶୂଳବିଦ୍ଧ।


କୋରାପୁଟ ଟେକ ଲକ୍ଷ୍ମଣ ନାୟକ

    ମେଳି କରି ଆନ୍ଦୋଳନ

ଇଞ୍ଚୁଡି ଇରମ ରକ୍ତ ତୀର୍ଥ ଧାମ

    ଲୁଣ ମାରି ଗଲା ପ୍ରାଣ।


ଉତ୍କଳର ମଣି ଗୋପବନ୍ଧୁ ପୁଣି

   ଯହିଁ ନେତୃତ୍ୱ କଲେ ପ୍ରକାଶ

ମାତା ରମାଦେବୀ ସ୍ୱରାଜର ରବି

     ଗାନ୍ଧୀଜୀଙ୍କ ଆଦରଶ।


ଗାନ୍ଧୀ ପଦଯାତ୍ରା କଲେ ଅତିମାତ୍ରା

    ପ୍ରଜ୍ୱଳିତ ଦେଶପ୍ରେମ

ଗ୍ରାମ ଜନପଦ ହେଲା ଗଦଗଦ

    ବିଦେଶୀ ହୋଇଲେ ଭ୍ରମ।


ଜନ ସତ୍ଯାଗ୍ରହ ଦେଖାଇ ଆଗ୍ରହ

    ଆଇନ ଅମାନ୍ଯ କଲେ

ଜିଅଲ ଭରିଲେ ଆତ୍ମବଳି ଦେଲେ

     ଗୋରା ଶାସକ ଥରିଲେ।


ଶେଷ ପରାଧୀନ ଉତ୍କଳର ମାନ

     ନଭୁଲିବା ଗଉରବ

ଉତ୍କଳ ଭୂମିର ମହିମା ଅପାର

     ବାଣ୍ଟିବା ତା'ର ସୌରଭ।


ନେତାଜୀ ସୁଭାଷ ଏ ମାଟିର ବଶ

     ବିଶ୍ବରେ ଭରିଲେ ତେଜ

ସ୍ଵତନ୍ତ୍ର ସ୍ଵାଧୀନ ପରାଧୀନ ହୀନ

     ପାର୍ଥକ୍ୟ ରଖିବ ହେଜ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children