STORYMIRROR

KRUTIBAS NAYAK

Children

3  

KRUTIBAS NAYAK

Children

ବହୁତ –ଡକ୍ଟର କୃତ୍ତିବାସ ନାୟକ

ବହୁତ –ଡକ୍ଟର କୃତ୍ତିବାସ ନାୟକ

1 min
231

ବହୁତ ଅଧିକ ବେଶି ଆଉ ଅତି ମଣିଷର କରେ କ୍ଷତି,

ବହୁତ ଲୋକରେ ମୂଷା ମରେନାହିଁ ପ୍ରକୃତିର ଏହି ନୀତି |


ବହୁତ ଗର୍ବରେ ଖର୍ବହୁଏ ଦମ୍ଭ ଅହଂକାର ହୁଏ ଚୁର୍ଣ୍ଣ,

ବହୁତ ଧନରେ ସବୁ ହୁଏନାହିଁ କାମନା ହୁଏନା ପୂର୍ଣ୍ଣ |


ବହୁତ ଖାଇଲେ ଆୟୁ କମେ ପୁଣି ଶରୀର ଅସୁସ୍ଥ ହୁଏ,

ବହୁତ ଗପିଲେ ପାଗଳ ହୋଇବା ଶକ୍ତି ନାଶ ହୋଇଯାଏ |


ବହୁତ ଶୋଇଲେ ଅଳସୁଆ ନାମେ ପରିଚିତ ହେବା ଆମେ,

ବହୁତ ବୁଲିଲେ ବାଇଆ ହୋଇବା ମନ ଲାଗିବନି କାମେ |


ବହୁତ କଥାରେ ମିଛ ପଶିଯାଏ ଅଳ୍ପରେ କହିଲେ ଭଲ,

ବହୁତ ଭାବିଲେ ଚିନ୍ତା ଲାଗିରହେ ମୁଣ୍ଡ ହୁଏ ଗୋଳମାଳ |


ବହୁତ ହସିଲେ ଶୁଣିବା ଲୋକଟି କହିବେ ଆମକୁ ବୋକା,

ବହୁତ ଧାଇଁଲେ ଅଭ୍ୟାସ ନଥିଲେ ଲାଗିବ ଦେହକୁ ଥକ୍କା |


ବହୁତ ଲୋଭରେ ମଣିଷର ପାପ ବଢିବଢି ଚାଲିଥାଏ,

ବହୁତ କ୍ରୋଧରେ ହିତାହିତ ଜ୍ଞାନ ଥିଲେ ବି ଉଭେଇ ଯାଏ |


ବହୁତ ଶରଧା ବହୁତ ଭକ୍ତିରେ ଚୋର-ଠକ ଚିହ୍ନିହୁଏ,

ବହୁତ ଆଶାରେ ଲକ୍ଷ୍ୟହୀନ ହେଲେ ମରମକୁ ବାଧିଥାଏ |



Rate this content
Log in

Similar oriya poem from Children