Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sekhar Samal

Others

3  

sekhar Samal

Others

ବିଶ୍ୱାସ କହରେ କାଳିଆ କାହିଁକି ଏମିତି

ବିଶ୍ୱାସ କହରେ କାଳିଆ କାହିଁକି ଏମିତି

1 min
159



କହରେ କାଳିଆ କାହିଁକି ଏମିତି

ବିନଦୋଷେ ଦେଉ ଦଣ୍ଡ,

କାହାଲାଗି ଆଜି ଘୃଣ୍ୟ ମୁଁ ହେଉଛି

ଟେକି ପାରୁନାହିଁ ମୁଣ୍ଡ ॥

ବିଶ୍ୱାସରେ ବିଷ ଭରି ତୁ ଦେଉଛୁ

ତୋତେ ମୁଁ ବିଶ୍ୱାସ କରି,

ଏକା ଦୁନିଆରେପଡି ତୋ ପାଦରେ

କାନ୍ଦୁଛି କରି ଗୁହାରି ॥

ନିଶ୍ୱାସକୁ ମୋର ବିଶ୍ୱାସ ନାହିଁରେ

ତୁହି ଧରିଛୁ ମୋ ନାଡୀ,

କେତେବେଳେ ବେଳ କାଟିଦେବୁ ଜଗା

ଜଗିଛି ଧରି ଦଉଡି ॥

ମିଛରେ ମିଛରେ ନିନ୍ଦ ଘୃଣା ପାଏ

ଲୁହରେ ବୁଡ଼ୁଚି ମୁହିଁ

କି ଆନନ୍ଦ ପାଉ କହ ମହାବାହୁ

କେତେ ଶାସ୍ତି ଦେବୁ ତୁହି ॥



Rate this content
Log in