STORYMIRROR

sekhar Samal

Children

4  

sekhar Samal

Children

ଆହେ ମହାବାହୁ

ଆହେ ମହାବାହୁ

1 min
238


କୋଟି ବ୍ରହ୍ମାଣ୍ଡର ପ୍ରଭୁ ତ ହୋଇଛ

କେତେ ଲୀଳା ଖେଳା ଏ ମର୍ତ୍ତ୍ୟେ କରିଛ

ମହିମା ଅପାର ଜଗତେ ବୋଲାଅ

ଡାକ ନଶୁଣିଲେ ଟେକ ରହିବକି କୁହ

ମହାବାହୁ ପରା ଜଗତେ ବୋଲାଅ ।


ତୁମେ ତ ସୃଷ୍ଟିର ପାଳନ କରତା

ତୁମ ବିନା ପ୍ରଭୁ ଅଛି କିଏ ଆଉ 

ତୁମେ ପିତା ମାତା ହର ଦୁଃଖ ଦାଉ

ଡାକ ନଶୁଣିଲେ ଟେକ ରହିବତ ଆଉ

ସଂଶୟ କରୁଛ କାହିଁ ମହାବାହୁ ।


ବଢୁଛନ୍ତି ହୀନ ବୁଦ୍ଧି ପାପାଚାର 

ବୁଦ୍ଧିଜୀବୀ ବୀର ହେଉଛନ୍ତି ଦୂର

ଟିଙ୍କ ଭାଉ ବଢେ ତୁମେ ଥାଉ ଥାଉ 

ଡାକ ନଶୁଣିଲେ ଟେକ ରହିବତ ଆଉ

ସଂଶୟ କରୁଛ କାହିଁ ମହାବାହୁ ।


ବକାସୁର ବଧ ପୁତନା ନିଧନ 

ରଖିଥିଲ ମାନ ଗିରି ଗୋବର୍ଦ୍ଧନ

ରଖୁନ କାହିଁକି ଏବେ ତୁମେ ଆଉ

ଡାକ ନଶୁଣିଲେ ଟେକ ଯିବ ମହାବାହୁ 

ସଂଶୟ କରୁଛ କାହିଁକି ହେ ଆଉ। 


ଜନେ କି ପାଇବେ ତୋଠାରେ ଭକତି

ନଦେଖିଲେ ଥରେ ତୋ ଲୀଳା ଶକତି

ହା ହା କାର ଡାକ କେତେ ତୁ ପକାଉ 

ଡାକ ନଶୁଣିଲେ ଟେକ ରହିବ ତ ଆଉ

ସଂଶୟ କରୁଛ କାହିଁ ମହାବାହୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children