ସଙ୍କେତକୁ ଲକ୍ଷ୍ୟ ରଖ
ସଙ୍କେତକୁ ଲକ୍ଷ୍ୟ ରଖ
ମନୁଷ୍ୟ ଜୀବନ ଅତ୍ୟନ୍ତ ଦୁର୍ଲ୍ଲଭ
ସହଜେ ନହୁଏ ପ୍ରାପ୍ତ
ପ୍ରଭୁ କୃପା ବଳେ ଲଭିବ ନିଶ୍ଚୟେ
ସମର୍ପିତ ଯଦି ଚିତ୍ତ ।
ମରଣ ଫାଶକୁ ଯମଦୂତ ଧରି
ଅନୁସରଣରେ ଥାଏ
ସାବଧାନତାରୁ ବିଚ୍ୟୁତ ହୋଇଲେ
ସଙ୍ଗେ ସଙ୍ଗେ ତୋଳି ନିଏ ।
ପଥ ଘାଟ ଦେଖି ଅତିକ୍ରମ କର
ପ୍ରାଣ ହେବ ସୁରକ୍ଷିତ
ସରଗ ପରୀଞତ ଉଦ୍ଧାରିବ ନାହିଁ
ସହଯୋଗେ ଆସି ଧ୍ରୁତ ।
ଅଜ୍ଞାନତା କାଳେ ଚଞ୍ଚଳ ସକଳେ
ଧ୍ୟାନ ଦେବା ପ୍ରୟୋଜନ
କେବେ ଚଉରାହା ସମ୍ମୁଖେ ଆସିବ
ହଜି ଯିବ ବୁଦ୍ଧି ଜ୍ଞାନ ।
ଯାନ ବାହାନର ଚକ୍ରବ୍ୟୁହ ଖେଳେ
ନିରୀହ ପ୍ରାଣଟି ଯାଏ
ପ୍ରତି ମୁହୂର୍ତ୍ତରେ ସଚେତନ ଥିଲେ
ଅମୂଲ୍ୟ ଜୀବନ ରୁହେ ।
