STORYMIRROR

Ch Loknath Reddy

Children

3  

Ch Loknath Reddy

Children

ବସନ୍ତ ଋତୁ

ବସନ୍ତ ଋତୁ

1 min
266

ଚାଲିଗଲା ଶୀତ ଫେରିଲା ବସନ୍ତ

ପ୍ରଫୁଲ୍ଲ ହସଟି ଧରି

କି ସୁନ୍ଦର ଦିଶେ ବସନ୍ତ ବାନ୍ଧବୀ

ବନପୁଷ୍ପ ଫଳ ଧରି ।

କାକଳି କରଇ କୁହୁ କୁହୁ ନାଦ

ବସି ଆମ୍ବ ବୃକ୍ଷ ଡାଳେ 

ଶୀତଳ ପବନ ସୁରୁ ସୁରୁ ହୋଇ

ଋତୁରାଜ ଗୀତ ଗାଏ ।

ବସନ୍ତ ଋତୁରେ ଶ୍ରୀପଞ୍ଚମୀ ପଡେ

ମାତା ବୀଣାପାଣି ଦିନ

ମନରେ ଆଣଇ ଅଶେଷ ଆନନ୍ଦ

ବସନ୍ତ ପଞ୍ଚମୀ ଦିନ ।

ଷଡ଼ଋତୁ ମଧ୍ୟେ ବସନ୍ତଟି ସାର

ଭରେ ଚତୁର୍ଦିଗେ ବାସ

ସଭିଙ୍କର ମନ ଆନନ୍ଦରେ ଖେଳେ

ଯେନ୍ନେ ଲାଗେ ଋତୁ ପରଷ ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children