STORYMIRROR

Nrusingha Narayan Tripathy

Inspirational Children

3  

Nrusingha Narayan Tripathy

Inspirational Children

ପରିଭ୍ରମଣ

ପରିଭ୍ରମଣ

1 min
200


ସୌନ୍ଦର୍ଯ୍ୟ ପୂର୍ଣ୍ଣ ପରିବେଶ ଆମ

ଦେଖିଲେ ମନରେ ତୃପ୍ତି

ସୁନ୍ଦର ଦୃଶ୍ୟକୁ ଯେତେ ଦେଖିଲେ ଵି

ମନରେ ରହେ ଅତୃପ୍ତି ll


କାର୍ଯ୍ୟ ପରିସର ବ୍ୟାପକ ହେଲାଣି

କାର୍ଯ୍ୟବ୍ୟସ୍ତ ସର୍ବେ ନର

ଅବକାଶ କାଳେ ଭ୍ରମଣ କରିଲେ

ମନ ହୁଏ ରୂପାନ୍ତର ll


ପରିବାର ସଙ୍ଗେ ବୁଲି ବାହାରିଲେ

ଦୂରୀଭୂତ ହୁଏ ଦୁଃଖ

ପିଲାଙ୍କ ଖୁସିରେ ପିତା ମାତା ଖୁସି

ଭ୍ରମଣେ ମିଳଇ ସୁଖ ll


ସାଙ୍ଗ ସାଥି ମେଳେ ଭ୍ରମଣ କରିଲେ

ଥଟ୍ଟା ମଜା ହୋଇଥାଏ

ବୁଲି ନାନା ସ୍ଥାନ ଆନନ୍ଦ ମନରେ

ଅନୁଭୂତି ଆସିଥାଏ ll


ଦୂର ଦେଶେ ଯାଇ କରିଲେ ଭ୍ରମଣ

ଲୋକଙ୍କ ଚଲେଣି ଦେଖୁ

ଭାଷା ରଙ୍ଗ ବେଶ ସବୁ ଭିନ୍ନ ଭିନ୍ନ

ଆଶ୍ଚର୍ଯ୍ୟରେ ଖାଦ୍ୟ ଚାଖୁ ll


ଐତିହାସିକର ସ୍ଥାନ ଗଲେ ବୁଲି

ଅତୀତର ଗାଥା ଜାଣୁ

ହାତ ହତିଆର ମୁଦ୍ରା ଓ ପୋଷାକ

ରାଜାଙ୍କର କଥା ଶୁଣୁ ll


ଝରଣା ପାହାଡ଼ ସମୁଦ୍ର ଦେଖାରେ

ଅନୁପମ ପ୍ରକୃତିର

ଦେଖିଲେ ବିସ୍ମୟ ଲାଗଇ ମନରେ

ଶୋଭା ବଣ ଜଙ୍ଗଲର ll


ମନ୍ଦିର ଦର୍ଶନେ ଶାନ୍ତିଯେ ମିଳଇ

କାରୁକାର୍ଯ୍ୟ ପ୍ରସ୍ତରର

ପ୍ରସ୍ତରେ ଖୋଦିତ ମୂର୍ତ୍ତି ଓ ଚିତ୍ର ଯେ

ହରଷ କରେ ମନର ll


ଉଦ୍ୟାନେ ଭ୍ରମଣ ପୁଲକିତ କରେ

ଦେହ, ମନ, ପ୍ରାଣ, ଚିନ୍ତା

କୁସୁମ କାନନ ଚୋରି କରେ ମନ

ଆଣି ମନେ ସୃଜନତା ll


ଚିଡିଆଖାନାର ଶୋଭାର ପ୍ରତୀକ

ପଶୁ ପକ୍ଷୀ ସରୀସୃପ

ଦେଖିଲେ ଉତ୍ସlହ ପିଲାଙ୍କର ମନ

ନାଚି ଖେଳି ଆନନ୍ଦିତ ll


ନାନା ତୀର୍ଥସ୍ଥାନ ଭ୍ରମଣ କରିଲେ

ଆଧ୍ୟାତ୍ମିକ ଜାଗୁରିତ

ସମସ୍ତ ସୃଷ୍ଟିଯେ ଈଶ୍ୱର ଙ୍କ ଦାନ

ଜାଣି ମନ ପ୍ରଫୁଲ୍ଲିତ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational