ପରିଭ୍ରମଣ
ପରିଭ୍ରମଣ
ସୌନ୍ଦର୍ଯ୍ୟ ପୂର୍ଣ୍ଣ ପରିବେଶ ଆମ
ଦେଖିଲେ ମନରେ ତୃପ୍ତି
ସୁନ୍ଦର ଦୃଶ୍ୟକୁ ଯେତେ ଦେଖିଲେ ଵି
ମନରେ ରହେ ଅତୃପ୍ତି ll
କାର୍ଯ୍ୟ ପରିସର ବ୍ୟାପକ ହେଲାଣି
କାର୍ଯ୍ୟବ୍ୟସ୍ତ ସର୍ବେ ନର
ଅବକାଶ କାଳେ ଭ୍ରମଣ କରିଲେ
ମନ ହୁଏ ରୂପାନ୍ତର ll
ପରିବାର ସଙ୍ଗେ ବୁଲି ବାହାରିଲେ
ଦୂରୀଭୂତ ହୁଏ ଦୁଃଖ
ପିଲାଙ୍କ ଖୁସିରେ ପିତା ମାତା ଖୁସି
ଭ୍ରମଣେ ମିଳଇ ସୁଖ ll
ସାଙ୍ଗ ସାଥି ମେଳେ ଭ୍ରମଣ କରିଲେ
ଥଟ୍ଟା ମଜା ହୋଇଥାଏ
ବୁଲି ନାନା ସ୍ଥାନ ଆନନ୍ଦ ମନରେ
ଅନୁଭୂତି ଆସିଥାଏ ll
ଦୂର ଦେଶେ ଯାଇ କରିଲେ ଭ୍ରମଣ
ଲୋକଙ୍କ ଚଲେଣି ଦେଖୁ
ଭାଷା ରଙ୍ଗ ବେଶ ସବୁ ଭିନ୍ନ ଭିନ୍ନ
ଆଶ୍ଚର୍ଯ୍ୟରେ ଖାଦ୍ୟ ଚାଖୁ ll
ଐତିହାସିକର ସ୍ଥାନ ଗଲେ ବୁଲି
ଅତୀତର ଗାଥା ଜାଣୁ
ହାତ ହତିଆର ମୁଦ୍ରା ଓ ପୋଷାକ
ରାଜାଙ୍କର କଥା ଶୁଣୁ ll
ଝରଣା ପାହାଡ଼ ସମୁଦ୍ର ଦେଖାରେ
ଅନୁପମ ପ୍ରକୃତିର
ଦେଖିଲେ ବିସ୍ମୟ ଲାଗଇ ମନରେ
ଶୋଭା ବଣ ଜଙ୍ଗଲର ll
ମନ୍ଦିର ଦର୍ଶନେ ଶାନ୍ତିଯେ ମିଳଇ
କାରୁକାର୍ଯ୍ୟ ପ୍ରସ୍ତରର
ପ୍ରସ୍ତରେ ଖୋଦିତ ମୂର୍ତ୍ତି ଓ ଚିତ୍ର ଯେ
ହରଷ କରେ ମନର ll
ଉଦ୍ୟାନେ ଭ୍ରମଣ ପୁଲକିତ କରେ
ଦେହ, ମନ, ପ୍ରାଣ, ଚିନ୍ତା
କୁସୁମ କାନନ ଚୋରି କରେ ମନ
ଆଣି ମନେ ସୃଜନତା ll
ଚିଡିଆଖାନାର ଶୋଭାର ପ୍ରତୀକ
ପଶୁ ପକ୍ଷୀ ସରୀସୃପ
ଦେଖିଲେ ଉତ୍ସlହ ପିଲାଙ୍କର ମନ
ନାଚି ଖେଳି ଆନନ୍ଦିତ ll
ନାନା ତୀର୍ଥସ୍ଥାନ ଭ୍ରମଣ କରିଲେ
ଆଧ୍ୟାତ୍ମିକ ଜାଗୁରିତ
ସମସ୍ତ ସୃଷ୍ଟିଯେ ଈଶ୍ୱର ଙ୍କ ଦାନ
ଜାଣି ମନ ପ୍ରଫୁଲ୍ଲିତ ll
