STORYMIRROR

Chinmaya Kumar Nayak

Abstract Children Stories

3  

Chinmaya Kumar Nayak

Abstract Children Stories

ବୁଲି ଆସେ ଦାଣ୍ଡ ଆଡ଼େ

ବୁଲି ଆସେ ଦାଣ୍ଡ ଆଡ଼େ

1 min
188


କରୋନା ନାଁରେ ବରଷେ ହେଲାଣି

ବନ୍ଧା ଏଇ ଘରଟାରେ,

ଆଉ ହେବ ନାହିଁ ଯାଉଛି ମୁଁ ଲୁଚି

ବୁଲି ଆସେ ଦାଣ୍ଡ ଆଡ଼େ। 


ଅନଲାଇନରେ ହେଲା ପାଠ ପଢ଼ା

ବିଦ୍ୟାଳୟ ଯିବା ମନା,

ମୋବାଇଲକୁ ଚାହିଁ ଚାହିଁ ଏବେ

ଆଖି ହୋଇଯିବ କଣା। 


କି ସେ ପାଠପଢ଼ା ବୁଝା ପଡ଼େ ନାହିଁ

ମୁଁ ଘୁମେଇ ଘୁମେଇ ଶୁଏ,

ଶିକ୍ଷକ ମାନଙ୍କୁ ଚିହ୍ନି ହୁଏ ନାହିଁ

ଏବେ ୟୁ ଟ୍ୟୁବରେ ଦିନ ଯାଏ। 


ଚାରି କାନ୍ଥ ମଧ୍ୟେ କେତେ ଦିନ ଆଉ

ବନ୍ଦୀ ହୋଇ ଥିବି ରହି,

ସାଙ୍ଗ ସାଥି ଖେଳ ହସ ଖୁସି ମେଳ

ସ୍ୱପ୍ନ ପରି ଲାଗୁଥାଇ। 


ବାପା ବୋଉଙ୍କର ତାଗିଦ ଆକଟ

ସହି ହୁଏନାହିଁ ଆଉ,

ଟିଣ ହେଲାଣି ମୋ ବୁଦ୍ଧିଶୁଦ୍ଧି ସବୁ

ବସି ଶୋଇ ଖାଉ ଖାଉ। 


ପାର୍କ, ବିଦ୍ୟାଳୟ ଦାଣ୍ଡ ଓ ବଗିଚା

ଡାକିଲେଣି ହାତ ଠାରି,

ଯାଉଛି ଏଥର କା କଥା ନମାନି

ବାହାରେ ଆସିବି ଘୁରି। 


ହେ ପ୍ରଭୁ ଜଗତ କରତା ଈଶ୍ୱର

ମୋ କୁନି ବିନତିଟି ଶୁଣ,

ଦୁରକର ଏହି କରୋନା ରୋଗକୁ

ଦୂର ହେଉ ସଂକ୍ରମଣ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract