STORYMIRROR

Chinmay Behera

Inspirational Children

3  

Chinmay Behera

Inspirational Children

ଘର

ଘର

1 min
260

ଦୁନିଆ ଯାକର ସୁଖ ମୁଁ ପାଇଛି

             ଦୁଃଖର ଦିହୁଡ଼ି ଜାଳି

ହଜିବା ବାଟରେ ଜାବୁଡ଼ି ଧରିଛି

             ମୋ ମାଆର ମିଠା ଗାଳି ।


ସ୍ନେହ,ଶରଧାର ଚାଳ ଛପରରେ

             ପ୍ରେମକୁ କରିଛି ରୁଅ

ମମତାର ଝୋଟି ଲିପି ଦେଇଅଛି

              ଏ ଘରର ସାନ ଝିଅ ।


ଆଶାର କିରଣ ବୁଣି ବୁଣି ଯିଏ

              ସପନ ଦିଏ ସାଇତି

ନିଜ ଲୁହ ନିଜେ ପିଇ ପିଇ ନିତି

              ଆମକୁ ଦିଏ ଶକତି ।


ସିଏ ପରା ଆମ ସାହସର ସେତୁ

             ଭରସା'ର ରଙ୍ଗେ ଲିପା

ଦୟାର ଦୁଆରେ ଦାନୀ ବୋଲି ଜଣା

             ମୋ ପୂଣ୍ୟର ପ୍ରିୟ ବାପା ।


ମାଆର ମମତା,ବାପାଙ୍କ ଆକଟ

             ଅଜା,ଆଈ'ଙ୍କର ଗେଲ

ଭାଇ ଭଉଣୀଙ୍କ କଳି ତକରାଳ

              ସେ ପରା ଅମୂଲ ମୂଲ ।


କେତେ ରାଜାରାଣୀ,ବାଘର କାହାଣୀ

               ବୁଢ଼ୀ ଅସୁରୁଣୀ ଗପ

କେତେ ଜହ୍ନରାତି ଯାଇଛି ଯେ ବିତି

               ଲିଭିନି ଜୀବନ ଦୀପ ।


ଦୟା ଓ କ୍ଷମାର ଗୁଣକୁ ଆବୋରି

               କରିଛି ମୋ ଜପାମାଳି

ସଂଜ ଓ ସକାଳେ ବାପା ବୋଉଙ୍କର

                ନେଇଛି ଚରଣ ଧୂଳି ।


ତାଙ୍କ ଆଦରଶ, କିରତୀ'କୁ ଧରି

               ପାରିହେବି ଭରା ନଈ

ଆସୁ ଯେତେ ଝଡ଼, କାଳ ବଇଶାଖି

                ଜଳିବା ଆଗରୁ ଜୁଇ ।



Rate this content
Log in

Similar oriya poem from Inspirational