STORYMIRROR

sekhar Samal

Children

4  

sekhar Samal

Children

ଆଧୁନିକ ଯୋଗାଯୋଗ

ଆଧୁନିକ ଯୋଗାଯୋଗ

1 min
211


ପାରାକୁ ପ୍ରେରଣ ଘୋଡସବାରିରେ ଖବର ପ୍ରେରଣ ପ୍ରଥା

ବଦଳିଲା ଯେବେ ସଂସ୍ଥାପିତ ହେଲା ବିଶ୍ୱରେ ଡାକ ବ୍ୟବସ୍ଥା।

ମୋର୍ସ କୋଡ୍ ଟରେଟକ୍କା ସାମୁଏଲ୍ ମୋର୍ସ କଲେ ଉଦ୍ଭାବନ

ଗ୍ରାହାମ୍ ବେଲ୍ ଟେଲିଫୋନ ଦେଲେ ହେଲୋ ସମ୍ବାଦ ପ୍ରେରଣ।


ଟେଲି-ପ୍ରିଣ୍ଟର ଫ୍ୟାକ୍ସ ବ୍ୟବସ୍ଥା ଦୃତ ସମ୍ବାଦ ପ୍ରେରଣ

ଟେଲିଗ୍ରାମ୍ କୁ ଠେଲି ଦେଲା ପଛେ ବରି ଅଦିନ ମରଣ।

ଇଣ୍ଟରନେଟ୍ ର ବହୁଳ ପ୍ରସାର ସହଜ କଲା ଜୀବନ

ମୋବାଇଲ ନେଲା ସ୍ମାର୍ଟ ଫୋନ୍ ରୂପ ହ୍ୱଟସାପ ଉଦ୍ଭାବନ।


ଲାପଟପ୍ ସାଥେ ଇଣ୍ଟରନେଟ୍ ମିଶି ଇ-ମେଲ ପ୍ରଚଳନ

ଆହୁରି ସହଜ ଯହୁଁ ଇ-ମେଲ ମୋବାଇଲକୁ ସମ୍ପ୍ରସାରଣ ।

ଜୀବନ ଶୈଳୀରେ ପରିବର୍ତ୍ତନ ଫେସବୁକ୍ ଟୁଇଟର

ଇନଷ୍ଟାଗ୍ରାମର ଇନଷ୍ଟାଣ୍ଟ୍ ମେସେଜ୍ କାହିଁ ହେବା ହରବର।


ଜୁମ୍ ଗୁଗୁଲ୍ ମିଟ୍ ଏମଏସ୍ ଟିମ୍ ରେ ସଭା ଆୟୋଜନ ହେବ

କରୋନା କାଳରେ ଦୂରତା ରକ୍ଷାରେ ନିକଟବର୍ତ୍ତୀ ସମ୍ଭବ।

ଯୋଗାଯୋଗ ଯୋଗୁଁ ଦୁନିଆଁଟା ଛୋଟ ପରିବାର ପରି ବୋଧ

ହୃଦୟ ଦୂରକୁ ଦୂରେଇ ଯାଉଛି ବୁଡିଲା ମାନବବୋଧ। 


ଏକା ଘରେ ବସି ଦୁଇ ପ୍ରାଣୀ କେହି କାହା ସହ କଥା ନାହିଁ

ଯୋଗାଯୋଗ ଥିଲେ ଦୁଇ ହୃଦୟର ବେତାରର ଲୋଡା କାହିଁ !

ଯୋଗାଯୋଗ ଯୋଗୁଁ ଦୁନିଆଁଟା ଛୋଟ ଗାଆଁ ପରି ସିନା ହେଲା

ଘର ପରିବାର ପଡୋଶୀ ହୋଇଲେ ସୃଷ୍ଟିକର୍ତ୍ତା ଡରିଗଲା।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children