Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sekhar Samal

Others

4.5  

sekhar Samal

Others

ବନ୍ଧୁ

ବନ୍ଧୁ

1 min
186


ପିତାମାତା ଆଉ  ଆତ୍ମୀୟ ପରାଏ

   ବନ୍ଧୁ ଅଟେ ଆପଣାର ,

ଦୁଃଖ ବିପଦରେ  ପାଖେ ଠିଆ ହୁଏ 

   କରେ ନାହିଁ ଅନାଦର ।


କାନ୍ଦୁଥିଲେ ବସି  ପୋଛିଦିଏ ଲୁହ 

   ମୁଖରେ ଫୁଟାଏ ହସ ,

ହଜି ଯାଇଥିଲେ  ଖୋଜି ଆଣିଦିଏ 

   ମନରେ ନୋହି ବିରଷ ।


ସମ୍ପଦର ବନ୍ଧୁ  ନୁହେଁ ସତ ବନ୍ଧୁ 

   ବିଦର ବନ୍ଧୁ ସତ ,

ଲୋଡ଼ାବେଳେ ଯିଏ ପାଖେ ଠିଆହୁଏ

    ମିଳାଇ ହାତକୁ ହାତ ।


ଆଉ ଜଣେ ବନ୍ଧୁ  ସଭିଙ୍କର ବନ୍ଧୁ

   କଢ଼ାଇ ନିଅନ୍ତି ପଥ ,

ସଭିଙ୍କର ଡାକ  ଶୁଣୁଥାନ୍ତି ସିଏ

   ସେ ପରା ଜଗତନାଥ ।



Rate this content
Log in