STORYMIRROR

Amita Dash

Inspirational Children

3  

Amita Dash

Inspirational Children

ଫେରିଆ ପିଲାଦିନ

ଫେରିଆ ପିଲାଦିନ

1 min
277


ଜୀବନର ଯେତେ ସବୁ ସୁଖର ଅନୁଭବ

ସବୁଠୁ ଆନନ୍ଦ ପିଲାଦିନର ଖେଳକୁଦ।

କେବେ ବୋହୂଚୋରି

କେବେ କିତି କିତି

ଲେଙ୍ଗଡି ଡିଆଁ ର ଖେଳ ନ ସରୁଣୁ

ଲୁହା ଯନ୍ତ୍ରାରୁ ତଳକୁ ଖସିବା ପାଇଁ ଭିଡା ଭିଡି।

ମନ ଚାହୁଁଥାଏ ଟିକ୍ ଟିକ୍ ଘଣ୍ଟା କହିବ

ଜଲଦି ଯାଅ ଚାରିଟା ହେଇଗଲାଣି।

ବୋହୂ ଚୋରି ଖେଳ ଜମାଣିଆ ହୁଏ

ବୋହୂ ହେବା ପାଇଁ ଯୋଉ ବୋଲାହୁଏ

"ଆଇଁଷି ମନ୍ତର, କାଇଁଷି ମନ୍ତର

ଭୂତ ଭାଗିଗଲା ଶୁଣି ଗୁଣିଆ ମନ୍ତର"

ସମସ୍ତେ କଟି କଟି ଶେଷକୁ ଯିଏ ରୁହେ ବୋହୂ ସିଏ ହୁଏ।

ଜେଜି ହନୁମାନ ଚାଳିଶାଠୁ ଆମ ଚାଳିଶାର ରଡି ଘର ଯାଏ ଶୁଭୁଥାଏ।

କିତିକିତିରେ କିଏ ହାରିଯାଇ ଲୁହ ଗଡଉଥାଏ।

ବାଲିଘର ଗଢି ନ ପାରି କିଏ ରାଗରେ ଦି ଗୋଇଠା ମାରେ।

ଲୁହା ଦୋଳିରୁ ପଡି କିଏ ଖଣ୍ଡିଆ ଖାବରା ହୁଏ।

ତା ପରଦିନ ଦେଖିଲା ବେଳକୁ ପଟି ଭିଡା ହାତ ଗୋଡକୁ ଥୟ ନ ଥାଏ।

ସନ୍ଧ୍ୟା ବେଳକୁ ଘରକୁ ଆସିବାକୁ ଇଛା ନ ଥାଇ ବି ମନ ଘର ଧରେ।

କାଲି ପୁଣି ଆସିବାର ଯୋଉ ଥାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational