ମାଆ
ମାଆ
ମୋ ମାଆ
ଓଦା ବିଛଣାରେ ରାତି ରାତି
ଉଜାଗର ରହି
ଧୋ ରେ ବାୟା ଧୋ ଗୀତ ଗାଇ ଗାଇ
ଯାହାର ରାତି ପାହିଯାଏ, ସେ ମାଆ ।
ନିଜେ ନ ଖାଇ ଭୋକ ନ ଥିବାର ବାହାନା କରେ
ନିଜେ ନ ପିନ୍ଧି
ସଉକ ନାହିଁ କହିବାର ଅଭ୍ୟାସ ଟା
ସଭିଙ୍କ ଆଗରେ ଧରା ପଡିଗଲେ ବି
ତା'ର କିଛି ଯାଏ ଆସେ ନାହିଁ
କାରଣ ସେ ମା
ପିଲାଙ୍କ ମୁହଁ ର ହସ ହିଁ
ତା ପାଇଁ ସ୍ୱର୍ଗ ।
