STORYMIRROR

Bijaya Kumar Swain

Inspirational Children

3  

Bijaya Kumar Swain

Inspirational Children

ସୁଦାମା

ସୁଦାମା

1 min
228

ବନ୍ଧୁତା,


ବନ୍ଧୁତା,


ସୃଷ୍ଟି ର ଏକ ଦୀପ୍ତିମାନ ଶବ୍ଦ

ନୂଆ ସମ୍ପର୍କ

ନୂଆ ସଂଯୋଗ

ଏକ ସୁନ୍ଦର ଯୋଗାଯୋଗ।


କାହିଁ ସେ ଦ୍ଵାପର

କାହିଁ ସନ୍ଦିପଣି ଗୁରୁଙ୍କ ଆଶ୍ରମ

ସେହି କୃଷ୍ଣ 

ସେହି ସୁଦାମାଙ୍କ ଅମଳିନ ଶାଶ୍ଵତ ପ୍ରେମ।


କି ସୁନ୍ଦର ସମ୍ପର୍କ

ଯେଉଁଥିରେ ନାହିଁ ଗର୍ବ

ନାହିଁ ଅହଙ୍କାର

 ଥିଲା ଖାଲି ସୁଖର ସରଗ।


ପତ୍ନୀ ର କଥାରେ 

ସେ ଦିନ ସୁଦାମା

ସରାଗ ରେ ଖୁଦ ଭଜା

 ଦୁଇ ମୁଠା ବାନ୍ଧି ଚିରା ଗାମୁଛା ରେ

ଧନ ଲାଳସାରେ 

 ବନ୍ଧୁର ଦୁଆରେ।


ସେ ଥିଲେ ଏମିତିକା ବନ୍ଧୁ

ଦ୍ବାରିକା ର ଅଧିପତି

ଚିହ୍ନିବେ ସେ ମୋରେ

  ମାନେ ଥିଲା ଭିତି।


ସେ ପରା ଅନ୍ତର୍ଯ୍ୟାମୀ

ବୁଝିପାରି ବନ୍ଧୁ ମନକଥା

  ପାଛୋଟି ନେଇ ସମ୍ମାନ ରେ

ପାଦ ଧୋଇ କରିଥିଲେ

 ବନ୍ଧୁର ସତ୍କାର

   ଅତି ସରାଗ ରେ।


ଲୋକ ମୁଖେ ଅଛି ଆଜି କଥା

 ବନ୍ଧୁ ହେବ ଏମିତି

ଖୁଦ ମୁଠାରେ ଯେଉଁ ସ୍ନେହ

କୃଷ୍ଣ ସୁଦାମା ର

  ବନ୍ଧୁତା ଯେମିତି।


ଆଜିର ପବିତ୍ର ଦିବସେ

 ପୁଣ୍ୟ ଅକ୍ଷୟ ତୃତୀୟା ରେ

ସ୍ଵୟଂ ପରମେଶ୍ବର ଙ୍କ ସଙ୍ଗେ ବନ୍ଧୁତାର ଭାବ

  ବନ୍ଧୁ ରେ ବନ୍ଧୁରେ ।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational