STORYMIRROR

Lalit kumar Swain

Classics Inspirational Children

3  

Lalit kumar Swain

Classics Inspirational Children

ମୁଁ ଓଡ଼ିଆ

ମୁଁ ଓଡ଼ିଆ

1 min
253


ମୁଁ ଓଡ଼ିଆ ....

ହାରିନାହିଁ କେବେ ଭୀଷଣ ସମରେ

ନଇଁନାହିଁ ମଥା ଭୀମ ତୋଫାନରେ

ଅବା ଖଳ,ଦୁର୍ଜନ, କୁଟିଳ ସମ୍ରାଟେ

ମଥା ନଇଁଛି କେବଳ ଶ୍ରୀଚରଣରେ।

ମୁଁ ଓଡ଼ିଆ...

ସ୍ବପ୍ନ ଦେଖେ ଗଢିବି ନୂଆ ସକାଳ

ଭୁଲିନାହିଁ କେବେ ମୋ ପ୍ରିୟ ପଖାଳ

କଠିନ ଶ୍ରମରେ ବିଶ୍ୱାସ ମୋହର

ସାରିଯିବ ଦିନେ ଖରାପ ବେଳ।

ମୁଁ ଓଡ଼ିଆ...

ମାନ , ସମ୍ମାନ ଲୋଡନାହିଁ ମୋର

ନାମ ଫଳକ ମାନପାତ୍ର ଫୁଲହାର

କେବେ ଲୋଡିନାହିଁ ଯଶ କୀର୍ତ୍ତି

କର୍ମ ହିଁ ମୋହର ଶ୍ରେଷ୍ଠ ପୁରସ୍କାର।

ମୁଁ ଓଡ଼ିଆ...

ଆତ୍ମ ସ୍ୱାଭିମାନେ ଚାଲିଛି ମୁଁ ବାଟ

ସମର୍ପଣ ଭାବେ ନାହିଁ ମୋର ଫାଟ

ମନେ ଧନୀ ବୋଲି ନିତି କରେ ଗର୍ବ

ଉତ୍କଳ ସାମ୍ରାଟ ସ୍ୱୟଂ ଜଗନ୍ନାଥ।

ମୁଁ ଓଡ଼ିଆ...

ମାଟିରେ ଫଳାଇ ପୁରଟର ଫଳ

ରକତ ଝରଇ ହୋଇ ଶ୍ରମ ଝାଳ

ମେଣ୍ଟାଏ କ୍ଷୁଧା ବିଶ୍ୱ ବାସୀଙ୍କର

ବିଶ୍ଵେ ଆଜିମୁଁ ହୋଇଛି ସଫଳ।

ମୁଁ ଓଡ଼ିଆ...

ବାଣ୍ଟି ଜଗତେ ପ୍ରେମ ପରିଭାଷା

ବଦଳି ଯାଇଛି ହିଂସ୍ର ବ୍ୟକ୍ତି ଭାଷା

ମୁଣ୍ଡ ନୂଆଇଛି ମଗଧ ମଉଳି

ବିଶ୍ୱ ନୂଆଇବ ଏହା ମୋର ଆଶା ।


Rate this content
Log in

Similar oriya poem from Classics