STORYMIRROR

Gangotri Priyadarshini

Inspirational Others Children

3  

Gangotri Priyadarshini

Inspirational Others Children

ଆମ ପରିବାର

ଆମ ପରିବାର

1 min
183


ଆମ ଘର ଆମ ପରିବାର ଦୁନିଆରେ କେତେ ସୁନ୍ଦର

ବାପା ମା ଜେଜେ ଜେଜମା ଭାଇ ଭଉଣୀର ସଂସାର


ସ୍ନେହ ସମ୍ମାନ ଏକତାବଳ ମୂଳମନ୍ତ୍ର ଆମେ ଚଳୁ ମାନି

ଏକ ଆରେକ ବିନା ଶ୍ରୀହୀନ କଥାଟି ସତ୍ୟ ଥାଅ ଜାଣି


ସୁଖ ଦୁଃଖରେ ଭଲ ମନ୍ଦରେ ସାହା ଏକା ପରିବାର

ଧୈର୍ଯ୍ୟ ସାହସ ଆତ୍ମା ବିଶ୍ୱାସ ସିଖାଏ ସେବା ଉପକାର


ବାପାଙ୍କ ଡର ମାଆ ଗେଲ ବସର ଗୁରୁଜନଙ୍କ ଆକଟ

ପରିବାରର ବାତାବରଣ ଶାନ୍ତି ଶୃଙ୍ଖଳା କରଇ ନିକଟ


ଜୀବନ ଯହିଁ ହସି ଖେଳାଇ ବାଧା ବିଘ୍ନକୁ ଡରି ନଯାଇ

ସୁନ୍ଦର ପରିବାର ମହତ୍ୱ ସମାଜକୁ ନିୟନ୍ତ୍ରଣ କରଇ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational