STORYMIRROR

Amita Dash

Inspirational Children

3  

Amita Dash

Inspirational Children

କୋଶଦୂର

କୋଶଦୂର

1 min
177


ସପନ ଆଉ ବାସ୍ତବ

ମାପକାଠି କେତେ ହେବ

ହାତେ, ଚାଖଣ୍ଡେ, କୋଶଦୂର

ଯେତେ ବାଟ ଭାବିବୁ ସେତେ ବାଟ ଲମ୍ବିବ।

ଭାଇର ଫୁଲ୍ ପେଣ୍ଟ ପିନ୍ଧି

ବୋଉର ଲୁଗା କାନି ପଛ ପଟରେ ଓହଳେଇ, ନାଟକ, ଡ୍ରାମା କରି

ସୁପର ମେନ୍ ହବ ଭାବିଚ।

ସୁପର ମେନ୍, ସୁପର ହିରୋ

ଇଂରାଜୀ ଶବ୍ଦ, ଇଂରାଜୀ ପୋଷାକ।

ସପନ ବି ଇଂରାଜୀ ଭଳିଆ ଲାଗୁଚ।

ସ୍ଵପ୍ନରେ ଆମ୍ବଗଛରେ ଚଢି ଆମ୍ବ ଖାଉ ଖାଉ

ଖଟରୁ ଗଳି ପଡୁଚ।

ସତସତିକା ଆମ୍ବ ପାରି ଖାଇବା

ତା ପର ବର୍ଷ ଟାକୁଆ ପୋତି ଗଛ ଦେଖିବା।

ସ୍ଵପ୍ନରେ ତ ସହଜେ ହିରୋ ବନିଯିବା।

ଯୋଉଠିକୁ ଚାହିଁବା ଯାଇ ପାରିବା

ସୁପର ମେନ୍ ପୋଷାକ ପିନ୍ଧି ମୁଁ କହୁଚି 'ମୋତେ କରୋନା ପାଖକୁ ନେଇଚାଲ'

ସେ ନେଇ ଯିବ

ବାସ୍ତବ, ଅବାସ୍ତବର ଫରକ ଜାଣିବା ନିହାତି ଦରକାର।

ନାହିଁ ତ ଭ୍ରମିତ ମନ ସହ ହେବା ଦିନେ ଦୁର୍ଘଟଣାର ଶୀକାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational