STORYMIRROR

Chinmay Behera

Inspirational Others Children

3  

Chinmay Behera

Inspirational Others Children

ଆମରି ଗାଆଁର ବୁଦ୍ଧିଆ

ଆମରି ଗାଆଁର ବୁଦ୍ଧିଆ

1 min
236

ଆମରି ଗାଆଁର ବୁଦ୍ଧିଆ

ପାଠ ଘରେ ସିନା ତାଲା ପଡ଼ିଅଛି

ତା ପରି ନାହିଁ କେ ଭେଣ୍ଡିଆ ।

ହେଉ ଅବା ବିଲ,ପଡିଆ

ସବୁବେଳେ ବସି କାମ କରୁଥାଏ

ଖାଇ ଖାଇ ମୁଢ଼ି ନଡ଼ିଆ ।


ନୁହେଁ ସିଏ ଧଡ଼ ଧଡ଼ିଆ

ଗଛ ଚଢା ଠାରୁ କୂଅ ଖୋଳାଯାଏ

ସବୁଥିରେ ପରା ଆଗୁଆ ।

ଦେଖିବାକୁ ଗାଢ଼ କାଳିଆ

ତା ନାଁ ଧରିଲେ ଛୋଟ ଛୁଆ ସବୁ

ଭୟରେ ହୁଅନ୍ତି ଛାନିଆ ।


ନୁହେଁ ସେ ଜମାରୁ ଭଡୁଆ

ଇଆଡୁ ସିଆଡୁ କଥା କୁହେ ଯିଏ

ଗାଲ ହୁଏ ତାର ନାଲିଆ ।

ତଳ ସାହି ଟୋକା ଧଡ଼ିଆ

କଦଳୀ ବାଡିରୁ ଚୋରୀ କରି ଦିନେ

ଖାଇଥିଲା ବହେ ବାଡ଼ିଆ ।


ସେହିଦିନ ଠାରୁ ଧଡ଼ିଆ

କାହିଁକି କେଜାଣି ଆଜି ଯାଏ ସିଏ

ଜଗିଛି ତା ଟୁବ ଗଡ଼ିଆ ।

କେତେ ମଦଖିଆ ମାଡୁଆ

ଦିନ ଦ୍ୱିପ୍ରହରେ ସାବାଡ଼ ହୁଅନ୍ତି

ଦେଖିଦେଲେ ଥରେ ଟାଙ୍ଗିଆ ।


ସବୁ କଥା ତାର ବଢ଼ିଆ

ତା ପାଇଁ ମୋ ଗାଁ ଗରବରେ ନାଚେ

ହଟାଏ ଯେ ନିତି ଅଳିଆ ।



Rate this content
Log in

Similar oriya poem from Inspirational