STORYMIRROR

Priyabrata Mohanty

Children Stories Romance

3  

Priyabrata Mohanty

Children Stories Romance

ସାଥୀ ଅଛି ସାଥିରେ

ସାଥୀ ଅଛି ସାଥିରେ

1 min
212

ଦୀପ ହୋଇ ତୁ ଜଳୁଥିଲେ

        ହୋଇଯିବି ମୁଁ ବାତି,

ଚାନ୍ଦ ହୋଇ ତୁ ହସୁଥିଲେ

        ହୋଇଯିବି ମୁଁ ରାତି ।୧।


ସାଥେ ସାଥେ ମୁଁ ରହୁଥିବି

        କାୟା ସାଥେ ଛାୟା ଭଳି,

ଆଙ୍କୁ ଥିବୁ ଯେତେ ଛବି

        ହେବି ମୁଁ ରଙ୍ଗତୂଳୀ ।୧-୧।


ସାଗର ସାଜି ନାଚୁ ଥିଲେ,

        ହେବି ମୁଁ ଦୁଇ କୂଳ,

ବାଦଲ ହୋଇ ଭାସୁଥିଲେ

        ହେବି ମୁଁ ଝରା ଜଳ ।୨।


ସାଥେ ସାଥେ ମୁଁ ରହୁଥିବି

        କ୍ଷୀର ସାଥେ ନିର ଭଳି,

ମାଟି ମାଆ ହୋଇ ରହିଥିଲେ

        ହେବି ମୁଁ ତୋର ଧୂଳି ।୨-୨।


ସଙ୍ଗୀତର ତୁ ସ୍ୱର ହେଲେ

        ତାଳ ହୋଇ ବାଜିବି,

କବିତାର ତୁ ଛନ୍ଦ ହେଲେ

        କବି ସାଜି ଗାଇବି ।୩।


ସାଥେ ସାଥେ ମୁଁ ରହୁଥିବି

        ଯପ ସାଥେ ତପ ଭଳି,

ଧୂପ କର୍ପୂର ହୋଇଲେ ତୁ

        ମୁଁ ହେବି ଆଳତି ଥାଳି ।୩-୩।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍