STORYMIRROR

Srikant Goutam Nayak

Inspirational Children

3  

Srikant Goutam Nayak

Inspirational Children

ବୁଝି ହୁଏନା ଗୋଟିଏ କଥା....

ବୁଝି ହୁଏନା ଗୋଟିଏ କଥା....

1 min
648

ବୁଝି ହୁଏନା ଗୋଟିଏ କଥା ଭାବି ବସିଛି ଯେବେ,

ବୁଝି ହୁଏନା ଗୋଟିଏ କଥା ଭାବି ବସିଛି ଯେବେ,

ସାନ ହେଉଛି କେବେ ସେ ପୁଣି ବଡ ହେଉଛି କେବେ ।


ବାପା ମା ତ ଚା ପିଅନ୍ତି ଆମ ବେଳକୁ ନାହିଁ,  |2|

ମାଆ କହନ୍ତି ସାନ ପିଲାଏ ଚାହା ପିଅନ୍ତି ନାହିଁ,

ଭାତ ଖାଇଲା ବେଳକୁ କିନ୍ତୁ ଖୁଆନ୍ତି ନାହିଁ ମାଆ, ||2||

କହନ୍ତି ଏବେ ବଡ଼ ହେଲଣି ନିଜ ହାତରେ ଖାଆ,

ବୁଝି ହୁଏନା ଗୋଟିଏ କଥା ଭାବି ବସିଛି ଯେବେ

ସାନ ହେଉଛି କେବେ ସେ ପୁଣି ବଡ଼ ହେଉଛି କେବେ ।


ବାପାଙ୍କ ନୂଆ ଚଷମା ଟିକୁ ଟିକିଏ ଦେଲେ ଛୁଇଁ,  ||2||

ମାଆ କହନ୍ତି ସାନ ପିଲାଏ ହାତ ଦିଅନ୍ତି ନାହିଁ,

ବାଟ ଚାଲିବା ବେଳକୁ କିନ୍ତୁ କରନ୍ତି ନାହିଁ କାଖ,

କୁହନ୍ତି ଏବେ ବଡ଼ ହେଲଣି ନିଜେ ଚାଲିବା ଶିଖ.

ବୁଝିହୁଏନା ।


ଫାଟକ ଖୋଲି ଏକୁଟିଆ ଟିକିଏ ଗଲେ ଚାଲି, ||2||

ମାଆ କହନ୍ତି ସାନ ପିଲାଏ ଏକା ଯିବନି ବୁଲି,

ଏକା ଯେବେ ବେଳେ ଡରରେ ଦେଉ ଡାକ,

ମାଆ କହନ୍ତି ବଡ ଏକା ଶୋଇବା ଶିଖ,

ବୁଝି ହୁଏନା ଗୋଟିଏ କଥା ଭାବି ବସିଛି ଯେବେ,

ବୁଝି ହୁଏନା ଗୋଟିଏ କଥା ଭାବି ବସିଛି ଯେବେ,

ସାନ ହେଉଛି କେବେ ସେ ପୁଣି ବଡ଼ ହେଉଛି କେବେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational