STORYMIRROR

Srikant Goutam Nayak

Inspirational

3  

Srikant Goutam Nayak

Inspirational

ପାଠ ପାଇଁ ଚିନ୍ତା

ପାଠ ପାଇଁ ଚିନ୍ତା

1 min
780

ପାଠ ପାଇଁ ଚିନ୍ତା ଥାଏ

           ଧ୍ୟାନ କିନ୍ତୁ ଖେଳରେ,

ପାଠ କଥା ଭାବି ଭାବି

           ଶୋଇପଡେ ଦିନରେ,

ଉଠିଧାଏଁ ଖେଳିବାକୁ

           ପ୍ରଫୁଲ୍ଲିତ ମନରେ,

ଖେଳସାରି ଶୀଘ୍ର ଆସିି

           ଧୋଇ ଧାଇ ହୁଏରେ,

ଈଶ୍ୱରଙ୍କୁୁ ମନେ ସ୍ମରିି 

           ବସେ ପାଠ ପଢାରେ,

କଲମ ନେଇ ହାତରେ

           ରଖେ ଖାତା ଉପରେ,

କେତେବେଳେ ଶୋଇଯାଏ

           ଜାଣିପାରେ ପଛରେ,

ପଢିପାରି ନାହିିଁ ବୋଲିି

            ଭାବୁଥାଏ ବସିରେ,

ଏହିପରି ଭାବି ଭାବି

            ଦିନ ଯାଏ ବିତିରେ,

ଦିନ ପରେ ଦିନ ଯାଇ 

            ମାସ ବିତି ଯାଏରେ,

ତେଣୁ ଏହା ମନେ ରଖି 

            କାମ ସାର ଶୀଘ୍ରରେ,

ଆଜି କାମ ବର୍ତ୍ତମାନ

            କାଲି କାମ ଆଜିରେ,

ଏହି ରୂୂୂପେ କାମ କଲେ

            ଚିନ୍ତା ରହିବ ଦୂରେ ||

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational