STORYMIRROR

Gangotri Priyadarshini

Inspirational Children

3  

Gangotri Priyadarshini

Inspirational Children

ଆଜିର ସ୍କୁଲ

ଆଜିର ସ୍କୁଲ

1 min
162


ମୋ ପୁଅର ନୂଆ ଇଉନିଫର୍ମ

ଏଯାଏ ଭାଙ୍ଗ ଖୋଲିନି

ଅନଲାଇନ କ୍ଲାସରେ କେତେ କୁନି ମୁହଁ

ସକାଳ ସାତଟାରେ ମାଆ ବାପାଙ୍କ କୋଳରେ

ଗୁଡ ମର୍ଣ୍ଣିଂ ଟିଚର 

କିଛି ବୁଝେନି ସେ ।


କେତେ ଜଲଦି ବଦଳୁଛି ସେମାନଙ୍କ ଦୁନିଆ

ନା ସ୍କୁଲ ନା ସ୍କୁଲ ଘଣ୍ଟା

ନା ଖେଳ ପଡିଆ ନା ସାଙ୍ଗ ସାଥୀ

ନା ଅଛି ଶିକ୍ଷକଙ୍କ ସ୍ନେହ ଆକଟ

ସବୁ ଭର୍ଚୁଆଲ ଚାଲିଛି ।


ଦେଢ଼ ମାସ ଲାଗି ଇଂରାଜୀ ଅକ୍ଷର ଚାରିଟା

ମାେ ପୁଅକୁ ଶିଖେଇ ପାରିନି

ହେଲେ ଜାତୀୟ ସଙ୍ଗୀତ ସେ ସବୁ ମନେ ରଖି ସାରିଛି

ଖେଳ କଣ ଏଯାଏ ସେ ବୁଝୁନି

ସାଇକେଲ ମାନମାରି ସିଡି ଘର କଣରେ ପଡ଼ିଛି


ପିଲାମାନଙ୍କ ପାଇଁ ସମୟଟା ବଦଳି ଯାଇଛି

ଫଟୋରେ ସ୍କୁଲ୍ ଚିହ୍ନେଇବା ପାଇଁ ହେଉଛି

ଏମିତି ବି ସମୟ ଗୋଟେ ଦେଖିବାର ଥିଲା

ଗୃହବନ୍ଦୀ ହେଇ ଏମିତି ସମସ୍ତଙ୍କ ଜୀବନ ବିତିଲା


ଆଶା ଅଛି ପୁଣି ଦିନେ ସ୍କୁଲ ଖୋଲିବ

ପିଲାମାନେ ସ୍କୁଲର ସବୁ ଅନୁଭବ ସାଇତିବେ

ଭଲ ମଣିଷ ହୋଇ ତିଆରି ହେବେ

ଦୁନିଆ ପୁଣି ମୁଖ୍ୟ ସ୍ରୋତରେ ସମସ୍ତଙ୍କୁ ସାମିଲ କରିବ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational