ଜଳ ହିଁ ଜୀବନ
ଜଳ ହିଁ ଜୀବନ
ଜଳ ହିଁ ଜୀବନ କରିବା ଭଜନ ବିଶ୍ଵରେ ଯେତେକ ଅଛରେ ଜନ
ଆମରି ଜୀବନ ଦିଏ ସବୁ ଖାଦ୍ୟ ତା'ବିନା ଧରାରେ ନଥାଏ ଚିହ୍ନ।
ଉଦଜାନ ସହ ଅମ୍ଳଜାନ ମିଶି ଜଳର ଉତ୍ପତ୍ତି ହୋଇଛି ଜାଣ
ନୀଳ ଆକାଶରେ ନୀଳ ରଙ୍ଗ ବୁଣି ସୃଷ୍ଟି କରିଛି ଏ ଗ୍ରହର। ତୃଷ୍ଣା ନିବାରଣେ ରଖେ ସେ ଜୀବନ ପର କି ଆପଣା ନାହିଁ ତାହାର
ଘୃଣାାକୁ ତେଜିଲା ସବୁଠିଁ ବିହରେ ଦାନୀ ପଣେ ତାଙ୍କ ନାମ ବିଖ୍ୟାତ।
ତାହା ଠାରୁ ବଳି ନାହିଁ କେ ଜଗତେ ଆବୋରିି ରହିଛି ସେ ତିନି ଭାଗ
ନୀଳ ଗ୍ରହ ନାମେ ସେ ପରିଚିତ, ହେଲେ ମଧୁର ଜଳର ଏଠି ଅଭାବ।
ଅପଚୟ ଆମେ କରିବା ନାହିଁ ରେ ଭବିଷ୍ୟତ ପାଇଁ ସାଇତି ରଖ
କଳକାରଖାନା ବାଡ଼ିବଗିଚା ରେ ପ୍ରତ୍ୟେକ କାର୍ଯ୍ୟରେ ଭରସା ଆମ।
ପ୍ରଦୂଷଣ ତେଜି ଗଛ ଲଗାଇବା ଅଯଥା ନକରି ତାକୁ ଅପଚୟ
ସରକାର ଆମ ଯୋଜନା କରିଛି ମାାର୍ଚ୍ଚ ବାଇଶି ପାଳିବା ଜଳ ଦିବସ।।
