STORYMIRROR

Kanduri Charan Rout

Children

3  

Kanduri Charan Rout

Children

ପୁଅ ମୋ ବୁଝିଲା

ପୁଅ ମୋ ବୁଝିଲା

1 min
265


ବଜାରକୁ ଯେବେ ବାହାରିଲି ମୁହିଁ

ପରିବା ଆଣିବା ପାଇଁକି

ସାନ ପୁଅ ମୋର ହସିହସି କରି 

ପାଖକୁ ଆସିଲା ଧାଇଁକି ।


ବାଇକିରେ ବସି ବଜାର ଯିବାକୁ

ପୁଅ ମୋ କାନ୍ଦିଲା ସକେଇ

ମନା କରିବାରୁ ଆଖିରେ ତାହାର

ଲୋତକ ଆସିଲା ଜକେଇ ।


ବଜାର ହାଟରେ ବେଶି ଲୋକ ଭିଡ

ବୁଝେଇ କହିଲି ତାହାକୁ

କରୋନା ଭୂତାଣୁ ସଂକ୍ରମିତ କାଳେ

ହୋଇଥିବ ସେଠି କାହାକୁ ।


ମିଳାମିଶା କଲେ ସଂକ୍ରମଣଠାରୁ

ରହି ପାରିବାନି ଦୂରେଇ

ଆମ ଘରେ ଆମେ ସୁରକ୍ଷିତ ଥିବା

ଭୂତାଣୁ ଦେବାନି ପୂରେଇ ।


ମୋ କଥାକୁ ଶୁଣି ପୁଅ ମୋ ବୁଝିଲା

ଘର ଭିତରେ ସେ ରହିଲା

ଦୋକାନରୁ ଗୋଟେ ମୁଖା ତାହା ପାଇଁ

ଆଣିବାକୁ ମୋତେ କହିଲା ।

   


Rate this content
Log in

Similar oriya poem from Children