ସରସ ହେବ ଜୀବନ
ସରସ ହେବ ଜୀବନ
ଜଙ୍ଗଲରେ ରାଜା ମହାବଳ ସିଂହ
ବୃକ୍ଷ ମୂଳେ ଶୋଇଥିଲା
ନିଃସଙ୍ଗ ମର୍କଟ ବଂଧୁହୀନ ହୋଇ
ଜଙ୍ଗଲ ରେ ବୁଲୁଥିଲା ।
ସେ ସିଂହ ଗାଲରେ ଶକତ ଚାପୁଡ଼ା
ବାନରଟି ମାରିଦେଲା,
ନିଦରୁ ଉଠିଲା ମହାରାଜା ସିଂହ
ପ୍ରଚଣ୍ଡ ଚିତ୍କାର କଲା ।
କିଏ ସେହି ଦୁଷ୍ଟ ନିଦ୍ରା ରେ ବ୍ୟାଘାତ
ଆଣିଲା ମୋହର କୁହ,
ସତେ କିବା ତାର ଜୀବନ ଉପରୁ
ତୁଟିଣ ଗଲାଣି ମୋହ ।
ମାଙ୍କଡ ବିଚରା ସମ୍ମୁଖେ ଆସିଲା
କହିଲା ମାରିଛି ସେହି,
ଏପରି ତାହାର ନିସଃଙ୍ଗ ଜୀବନ
ବଞ୍ଚିବାକୁ ଇଚ୍ଛା ନାହିଁ ।
ସିଂହ ପଚାରିଲା ଚାପୁଡ଼ା ମାରିବା
ଆଉ କିଏ ଦେଖି ଥିଲା,
ମର୍କଟ କହିଲା ମୋହରି ମାରିବା
ଆଉ କେ ଦେଖି ନଥିଲା ।
ତୋ ଚାପୁଡ଼ା ବାବୁ ଭଲ ତ ଲାଗିଲା
ଆଉ ଦ୍ଵି ଚାପୁଡ଼ା ମାର ,
ଆଜି ଠାରୁ ଆମେ ବଂଧୁ ହୋଇଗଲୁ
ଖେଳିବା ଏକ ସାଥିର ।
ରାଜା ବୋଲି ଭାବି କେହି ଆସନ୍ତିନି
ପାଶେ ବନ୍ଧୁ ହେବା ପାଇଁ,
ନିଃସଙ୍ଗ ଜୀବନ ଅଟଇ ତାହାର
ଜୀବନ ଜୀଇଁବା କାହିଁ ?
ଏହି କବିତା ଟି ଏତିକି ଶିଖାଏ
ଵିନା ବନ୍ଧୁ କି ଜୀବନ ,?
ବଂଧୁ ଗହନରେ ସଦା ରହି ଥିଲେ
ସରସ ହେବ ଜୀବନ ।