STORYMIRROR

KRUTIBAS NAYAK

Children

3  

KRUTIBAS NAYAK

Children

ଆମପରି କେହି ନୁହଁ –ଡକ୍ଟର କୃତ୍ତିବାସ ନାୟକ

ଆମପରି କେହି ନୁହଁ –ଡକ୍ଟର କୃତ୍ତିବାସ ନାୟକ

1 min
181



ଆମ ମାଆ ପରି ଆଉଜଣେ କେହି ଅଛନ୍ତି କି ସ୍ନେହମୟୀ ?

ଆମ ରାଜ୍ୟ ପରି ଆଉ କେଉଁ ରାଜ୍ୟ ସଂସାର ଭିତରେ ନାହିଁ |


ଆମ ଭାଷା ପରି ଏତେ ମିଠା ଭାଷା କେଉଁ ଭାଷା ହେବ କୁହ,

ଆମ ମନ କଥା ଖୋଲି କହିପାରେ ଯେଉଁ ପାଠ ଦେବ ଦିଅ |

 

ଆମ ଜାତି ପରି ଆଉ କେଉଁ ଜାତି ସହିଛି କଷଣ ଏତେ,

ଆମରି ଠାକୁର ପରି କେ ଉଦାର ହୋଇପାରିବ କି ସତେ ?

 

ଆମ ପରିବାର ସୁଖର ସଂସାର ମିଳିମିଶି ଆମେ ଖାଉ,

ଆମ ଗଛ-ଲତା ହୁଅନ୍ତି ଦେବତା ତାଙ୍କ ସଙ୍ଗେ କଥା ହେଉ |

 

ଆମ ଗାଈ ମାତା, ବ

ାଘ ହୁଏ ମାମୁ ବିଲୁଆ ପିଲାଙ୍କ ନନା,

ଆମରି ବିଲେଇ ନାନୀ ହୁଏ ପୁଣି ଅଜାଭାବେ ହାତୀ ଜଣା |

 

ଆମ ନାଚ-ଗୀତ ଜଗତେ ବିଖ୍ୟାତ ମଧୁର ରାଗରେ ବନ୍ଧା, 

ଆମର ସଂସ୍କୃତି ପୂଜା ରୀତି-ନୀତି ପ୍ରକୃତି ସହିତ ଛନ୍ଦା |

 

ଆମେ ଦେଖିପାରୁ ସବୁଠି ଈଶ୍ଵର ନାରାୟଣ ଘଟେ ଘଟେ,

ଆମେ ବୁଝିପାରୁ ସଭିଏଁ ସମାନ ସବୁଧର୍ମ ଏକା ଅଟେ |

 

ଆମ ମୁନି-ଋଷି ସାଧୁ ସନ୍ଥ ତ୍ୟାଗୀ କହିଛନ୍ତି ଯେଉଁ ବାଣୀ,

ଆମେ ଧନ୍ୟ ହେଉ ସୁଖ-ଶାନ୍ତି ପାଉଁ ସେ ପୁରାଣ ଶାସ୍ତ୍ର ଶୁଣି |



Rate this content
Log in

Similar oriya poem from Children