STORYMIRROR

DAMBURUDHARA BEHERA

Inspirational Children

3  

DAMBURUDHARA BEHERA

Inspirational Children

ଆଜିକାର ଅନଲାଇନ ଶିକ୍ଷାଦାନ

ଆଜିକାର ଅନଲାଇନ ଶିକ୍ଷାଦାନ

2 mins
42

କରୋନା ରୋଗକୁ ବିଶ୍ଵ ମହାମାରୀ

ଦେଶରେ ଘୋଷଣା ହୋଇଛି

ସାମାଜିକ ପ୍ରଥା ବିବାହ ଉତ୍ସବ

ଯାନି ଯାତ୍ରା ଭିଡ଼ କମିଛି

ଦୋକାନ ବଜାର ଗମନା ଗମନ

ସବୁଯାକ ଠପ ହୋଇଛି।

ଅର୍ଥନୀତି ଠାରୁ ଧାର୍ମିକ,ଶୈକ୍ଷିକ

ଓଲଟ ପାଲୋଟ ହୋଇଛି

ଏଥିପାଇଁ ବୋଲି ଆମ ସରକାର

ନୂଆ କୋର୍ସ ଷ୍ଟାର୍ଟ କରିଛି

ଉଚ୍ଚ କର୍ତ୍ତୃପକ୍ଷ ଚିଠି ପାଇକରି

ଅନଲାଇନ ଟ୍ରେନିଂ ଦେଉଛି ।

ତାଲିମ ଶେଷରେ ବିଦ୍ୟାଳୟ ଠାରେ

ଶିକ୍ଷକ ଟିଚିଙ୍ଗ ଦେଉଛି

ଘରେ ବସି ପିଲେ ୱେବସାଇଟରେ

ନିଜେ ନିଜ ପାଠ ପଡୁଛେ

ମଙ୍ଗଳା ପୁଅଟା ଗରିବ ବାପୁଡ଼ା

ଧଇଁ ସଇଁ ହୋଇ ଧାଇଁଛି ।

ମାଆଁ ଆଗେ ଯାଇ ପାଠ ପାଇଁ ବୋଲି

ମୋବାଇଲ କିଣା କହୁଛି

ବାପା ପ୍ରଦେଶରେ କାମ ଧନ୍ଦା ଲାଗି

ଲକଡାଉନରେ କାନ୍ଦୁଛି

ପୁଅର ଦାବିକୁ ପୂରଣ ସକାଶେ

ବାପା ମୁଣ୍ଡେ ହାତ ଦେଇଛି ।

ଆଣ୍ଡ୍ରଏଡ ସେଟ ଜାଣୁ ବା ନ ଜାଣୁ

ନେଟରେ ଅର୍ଡର କରିଛି

ଖବର ଶୁଣିକି ପୁଅଟା ତାହାର

ଘର ଘର ଗୁଆ ବାଣ୍ଟୁଛି

ମାଁ ମଙ୍ଗୁଳିଟା ମନ ଦୁଃଖ କରି

ଘରେ କୋଣେ ଏକା ଭାବୁଛି ।

ଗେରସ୍ତ ତାହାର କେବେଠାରୁ ଯାଇ

ଅଜଣା ପ୍ରବାସୀ ସାଜିଛି

ଏଣେ ସରକାର ପ୍ରଚାର କରୁଛି

କରୋନା ପ୍ରକୋପ ବଢୁଛି

ମନ ବିକଳରେ ଚୁଟି ଆଳରାରେ

ସ୍ୱାମୀର ସୁହାଗ ଝୁରୁଛି ।

ଲକଡ଼ାଉନରେ କାମ ନାହିଁ ବୋଲି

କାଲି ଫୋନ କରି କହିଛି

ଭୋକ ଓପାସରେ ଓଳିଏ ଖାଇଲେ

ଓଳିଏ ଓପାସ ରହୁଛି

କେମିତି ଚଲୁଛି କେମିତି ଜିଉଁଛି

ସେ କଥା ନିଜେ ମୁଁ ଜାଣିଛି ।

ମଙ୍ଗୁଳି ନାନିଟା ଦୁଃଖକୁ ଆଦରି

ସ୍ୱାମୀର ବାଟକୁ ଚାହିଁଛି

ମନା କରିଦେଲେ ମଙ୍ଗଳା ପୁଅଟା

ନିତି ପର ଘରେ ରହୁଛି

ବୁଢ଼ା ମାଷ୍ଟରଟା ଚଷମା ଲଗାଇ

ଆଖିର ଉପରେ ଦେଖୁଛି ।

ଆଇ ଫୋନ କିଣି ଆଙ୍ଗୁଳି ଚଳାଇ

ଖାଲିରେ ସୁଇଚ ଚିପୁଛି

ପାଠ ପଢିଥିଲେ ବିଷୟ ଜାଣିଲେ

ହାତରେ ଖଡା ନ ସିଜୁଛି

ଆଖ ପାଖେ ଯାଇ ନାତି ଟୋକା ସାଙ୍ଗେ

ଅଳପ ଅଳପ ଶିଖୁଛି ।

ଦରକାର ହେଲେ ଅପରେଟ କରି

ମେସେଜ ପଠାଇ ଦେଉଛି

ଛାତ୍ର ଛାତ୍ରୀ ମାନେ ବୁଝୁ ବା ନବୁଝୁ

ସାରାଦିନ ଦେଖି ବସୁଛେ

ବାପା,ମାଁ କହିଲେ ପଢୁ ଅଛ କହି

ଟିକଟାକ ଖୋଲି ବସୁଛେ ।

ଅଶିକ୍ଷିତ ଆମେ ଜାଣିବା କେମିତି

ୟୁବ ଟ୍ୟୁବ ଖାଲି ଦେଖୁଛେ

ହଠାତ ଦୁର୍ବୃତ୍ତ ୱେବସାଇଟରେ

ଅଶ୍ଳୀଳ ଭିଡିଓ ଛାଡିଛେ

ଛାତ୍ର ଛାତ୍ରୀ ସହ ପେରେଣ୍ଟ,ଶିକ୍ଷକ

ଥାନାରେ ଏତଲା ଦେଇଛେ ।

ମୋବାଇଲ ଶିକ୍ଷା କମ୍ପୁଟର ବିଦ୍ୟା

ସବୁ ଏଠି ଫେଲ ମାରିଛି

ଶିକ୍ଷା ଅନୁଷ୍ଠାନ ବିଶ୍ଵ ବିଦ୍ୟାଳୟ

ପାଠ ପଢା ବନ୍ଦ ହୋଇଛି

ଆଜିକାର ଶିକ୍ଷା ସ୍ମାର୍ଟ ବ୍ୟବସ୍ଥା

ସ୍କ୍ରିନ ଅପଡେଟ ମାଗୁଛି ।

ଲଗ ଆଉଟର ଲକଡାଉନରେ

ଭୁଆ ବୁଲା ନୀତି ଚାଲିଛି

କରୋନା ଡରକୁ ଭାଇରାଳ ଛବି

ଲୋକଙ୍କୁ ପାଗଳ କରିଛି ।

ବିନାଶ କାଳରେ ବିପରୀତ ବୁଦ୍ଧି

ମୁଣ୍ଡରେ କି କାହାର ପଶୁଛି

ନୂଆ ଶିକ୍ଷାଦାନ ଶିକ୍ଷକ ନବୁଝୁ

ସରକାର କି କଥା ଶୁଣୁଛି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational