କେତେ ସ୍ୱାଧୀନ
କେତେ ସ୍ୱାଧୀନ


ସ୍ଵାଧୀନ ହୋଇଲୁ କେତେ ଯେ କଷଣ କେତେ ସେ ସଂଗ୍ରାମ ହୋଇଛି
ପରାଧିନତାକୁ ଅସହ୍ୟ ଭାବରେ ଜିଣିବାକୁ ଅଣ୍ଟା ଭିଡିଛୁ ।
ଇଂରେଜ ଶାସନ ବେଡି ଦେଇଥିଲା ଗୋଡ଼ ହାତ ବାନ୍ଧି ପକେଇ
ଆଜି ମଣିଷତ୍ଵ ନିଜେ ବେଡ଼ି ସାଜି ଆସିଅଛି ବାଟ ଓଗାଳି ।
କେତେ ବୀର ଯୋଦ୍ଧା କେତେ ଯେ ସଂଗ୍ରାମୀ ବିଦେଶୀଙ୍କୁ ଦେଲେ ହୁଙ୍କାର
ଆଜି ଏ ସମାଜ ନିଦ୍ରାରେ ପୁରିଛି ଶୁଣିବାକୁ ନାହିଁ ବେଳ କାହାର ।
ନାରୀ ଟିଏ ପାଦ ଆଗକୁ କାଢିଲେ ବାଟରେ କେତେ ଯେ ଭୁକିବେ
ଦିନ ହେଉ ରାତି ସବୁ ସମୟରେ ନାରୀକୁ କଟାକ୍ଷ କରିବେ ।
ନୁହେଁ ସେ ସ୍ଵାଧୀନ ନାରୀ ଆଜି କେବେ ଏହି ସମାଜର ରାସ୍ତାରେ
ସ୍ଵାଧୀନ ହୋଇଛୁ ମୁକ୍ତ ବି ଲଭିଛୁ ପୁଣି କି ରେଖାର ଗାର ଏ ।
ବିଦେଶୀଙ୍କ ସହ କାଲି ଲଢ଼ିଥିଲୁ ଦେଶବାସୀ ଦୁଃଖ ସହିକି
ଆଜି ଦରିଦ୍ରତା ଆଉ ନିଶାସକ୍ତ ମାନେ ଗଡ଼ି ହେଲେ ଏ ରାସ୍ତାରେ ।
ତ୍ରିରଙ୍ଗାପତାକା ପତାକା ମୁକ୍ତ ବିହଙ୍ଗମ ସଦୃଶ ଦୋହଲୁଥାଏ
କିନ୍ତୁ ଆଜି ଲାଗେ ସେ ପତାକାରେ ଜଞ୍ଜିର ଲଟକୁ ଥାଏ ।
ସମୁଦ୍ରର ମୁକ୍ତ ଢେଉକୁ ତିଆରି ମିଶି ଯାଏ ଏକ ହୋଇକି
ଆଜି ଧର୍ମ କର୍ମ ସବୁ ବିଭିନ୍ନତା ଭିଡ଼ି ସେ ଦେଇଛି ସଭିଙ୍କି ।
ଭୟ କର୍ମ ଭୀରୁ ସାଜି ଏ ମଣିଷ ସ୍ବାର୍ଥ ଆଡେ ଧାଇଁ ଚାଲିଛି
ସ୍ବାର୍ଥକୁ ସାରଥୀ କରି ସେ ଅଶ୍ଵରେ ବୀର ବୋଲି ଭାବି ହେଉଛି ।
ଆଜି ଏ ଶାସକ ସ୍ବାର୍ଥରେ ସର୍ବସ୍ବ ଶାସିତ ପିଠିରେ ଚଢେ ସେ
ନୀଚ୍ଚ ମନୋଭାବେ ଡଙ୍ଗାରେ ବସି ସେ ଦରିଦ୍ରଙ୍କୁ ଚକ କରୁଛି ।
ସ୍ଵାଧୀନ ହୋଇଲୁ ନୂଆ ସୂର୍ଯ୍ୟ ଦେଖି ନୂତନତା ମନେ ଧରିଲୁ
କିନ୍ତୁ ଆଜି ଜଡ ମନ ହୋଇଗଲା ସ୍ଥିରରେ ବାଟକୁ ଚାଲୁଛୁ ।
ରକ୍ଷକ ଆଜି ଭକ୍ଷକ ସାଜୁଛି ଅନ୍ଧ ପୁଟୁଳିରେ ସଭିଏଁ
ସତ୍ୟ ନ୍ୟାୟ ଖାଲି ବହିରେ ସୀମିତ ସବୁଆଡେ ଅସ୍ଥି ବୁହା ଏ ।
ମନେ ପଡେ ସେହି ବୀର ପୁରୁଷ ଅପୂର୍ବ ତାହାଙ୍କ ଗାଥା
କାପୁରୁଷ ତା ଆଜି ଗ୍ରାସ କରିଛି ଉଭେଇ ସବୁ ସହସା ।
ସଭିଏଁ ଆମେ ସ୍ଵାଧୀନ ହେଲୁ ଶାନ୍ତିର ବାର୍ତ୍ତା ନେଇ
ଶାସକ ଆଜି ଅଶାନ୍ତି କରେ ଶାସିତଙ୍କ ମୁଖ ଚାହିଁ ।
ମିଳିମିଶି ସଭେଁ ଲଢ଼ିଥିଲେ କେତେ ଜାତି ମାଟି ମାଆ ପାଇଁ
ସଭିଏଁ ଆଜି ଏକାକୀ ପଥିକ କେ ନାହିଁ କାହା ପାଇଁ ।
ବୀର ପୁରୁଷଙ୍କ ମଧ୍ୟ ମହିମା ଗାଇବୁ ହୋ ହାଲ୍ଲା କେତେ କରି
କିନ୍ତୁ ଭୁଲି ଅଛି ମହତ୍ୱ ଗାଥା ଯେ ଭୁଲି ସ୍ୱାଭିମାନ ଡେଇଁ ।
ଏ ନୁହେଁ ସ୍ଵାଧୀନ ନା କେବେ ଯେ ମୁକ୍ତ ଚିରାଚରିତର ଢଙ୍ଗ ଏ
ବିବେକ ହରାଇ ସଭେଁ ମଡ଼ ସାଜି ଉଭା ଦାଣ୍ଡ ଦୁଆରେ । "