ସୂତା ଖିଅର ବନ୍ଧନ
ସୂତା ଖିଅର ବନ୍ଧନ

1 min

53
ଭାଇ ଭଉଣୀ ର ପବିତ୍ର ବନ୍ଧନ
ନାହିଁ ଏଠି କାହା ମନେ ଅଭିମାନ ।
ଭଉଣୀ ଟେ ଦିଏ ଭାଇକୁ ଅନାଇ
ସୁରକ୍ଷା ର ରାକ୍ଷୀ ଅଟେ ଯେ ସମ୍ମାନ ।
ପ୍ରତି ନାରୀ ପାଇଁ ସୁରକ୍ଷା ଯେ ଦିଏ
ଭାଇ ଟି କେବେ ଯେ ବନ୍ଧନ ତୁଟାଏ ।
ନାରୀକୁ ଦୁର୍ବଳ କରି ଏ ସୁରକ୍ଷା
ରାକ୍ଷୀକୁ ଯେ ଆଜି ସଭିଏଁ ଭରସା ।
କେବଳ ରାକ୍ଷୀରେ ସୁରକ୍ଷା ନଥାଏ
ପ୍ରତି ଟି ନାରୀକୁ ସମ୍ମାନ ଯୋଗାଏ ।
ଫୁଲ ଚନ୍ଦନ ସେ ସିନ୍ଦୂର ଲଗାଇ
ଭଉଣୀ ଯେ କରେ ଆଳତି ସଜାଇ ।
କହେ ଭାଇ ମୋର ତୁମେ ସଦାବେଳେ
ସାକ୍ଷୀ ହୋଇଥିବ ରାକ୍ଷୀ ର ବନ୍ଧନେ ।
କୌଣସି ନାରୀକୁ ନ କରି ବଇରୀ
ପ୍ରତି ଟି ନାରୀ ର ଭାଇ ଅଟେ ରାକ୍ଷୀ ।
ସୂତା ଖିଅର ଡୋରୀରେ ବନ୍ଧା ଅଟେ ସେ ବନ୍ଧନ
ଭାଇ ଭଉଣୀ ସମ୍ପର୍କ ସତେ କେଡେ ନିବିଡ଼ ।