ଆବରଣ ତଳେ
ଆବରଣ ତଳେ
ଦେଖିବାକୁ ଚାହଁ ନାହିଁ , ଅଣଦେଖା କର ତୁମେ
ପଛକୁ ଫେରି ମୁହଁ ମୁଁ ବୁଲେଇ
ଯେତେଥର ଦେଖେ ଚାହାଣୀ ତୁମର ତଥାପି
ଦେଖିବାକୁ ଚାହେଁ ମୋତେ ।
କିଭଳି ମିଛ କିଭଳି ଆବରଣ
ଅଦୃଶ୍ୟ ବାଡ଼ ମନ , କିନ୍ତୁ ଭାଗ୍ୟ ନାହିଁ
ଲଭିବାକୁ ତବ ପ୍ରେମ ।
ସାତ ସମୁଦ୍ର ତେର ନଈ ପାହାଡ଼ ଗର୍ଭରେ ଲୀନ
ହେବାକୁ ଲାଗିଲା ଅସ୍ତସୁର୍ଯ୍ୟ
ସତେ ସେ ମିଶାଇ ପାରିବ ନାହିଁ
ଚନ୍ଦ୍ରର କିରଣ ସୂର୍ଯ୍ୟ ତା ତାପ ।
ସମୁଦ୍ର ଜଳରେ ପ୍ରତିବିମ୍ବ ରହି
ଆକାଶେ ଚନ୍ଦ୍ରର ଏକ ସେ ଛଳନା
ଧରିବାକୁ ମନେ ଦ୍ଵନ୍ଦ ଆସିଯାଏ
କେଉଁଆଡେ ତାର କେମନ୍ତ ଠିକଣା ।
ଆଖିରେ ଆଖି ମିଶେଇ
ଛଳନାର କରିବାକୁ ପ୍ରୟାସ
ଠିକ୍ ଯେପରି ରହିଥାଏ
ନଦୀର ପାଣିରେ ଜହ୍ନ ର ପ୍ରତିବିମ୍ବ ।
ଭିତରେ ଲୁଚିଛି କହିବାକୁ ହେବ
ମନର ଭାବନା ଉଙ୍କି ସେ ମାରିବ
ଯଦି ଆଖି ଖୋଲା କହେ କିଛି କଥା
ମିଛ ସେ ନୁହଁଇ ଲୁହର ସେ ବ୍ୟଥା ।
ଭିତରେ କାନ୍ଦିବା ପୁରା ସେ ସହଜ
ଲୁହ ଗଣିବାକୁ ଗ୍ରାହକ ନିଅଣ୍ଟ
ଆବରଣ ଯେବେ ଖୋଲିବ ନିଶ୍ଚୟ
ସମୁଦ୍ର ଠୁ ବଳି କୋହର ଲହଡ଼ି ।
କେତେ ରହିବାକୁ ପଡ଼ିବ ଭିତରେ
ବାହାର ର ଖୋଲା ପବନକୁ ଝୁରେ
ଆଖି ଦୁଇଟିକୁ କରି ସେ ଗୋପନ
ହୃଦୟ ଆଖିରେ ଦେଖେ ବା ସପନ ।
ଧକ୍ ଧକ୍ ହୁଏ
ହୃଦୟ କି କହେ
ନୟନ ଖୋଲିଲେ ବୁଝା ନ ପାଏ
କିନ୍ତୁ,
ଆଖି ଆଜି ବନ୍ଦ
ଗୋଡ଼ ଆଜି ସ୍ଥିର
ସ୍ପନ୍ଦନ ଗଭୀର
ହୃଦୟ କୋଣର ।
ହାତ ଉଠାଇ ସେ , ଦେଲେ ଅତୀତକୁ
କାଗଜ ଭଳି ସେ କଲେ ଅପମାନ
କେତେ ହୃଦୟର କେତେ ବା ଭାବନା
ବୁଝିବାକୁ ଏଠି ଉଣା ମାେ କାମନା ।
ନାରିକେଳ ରହେ କଠିନ ଉପରୁ
ଭିତରେ ସ୍ଵାଦ ଓ ମଧୁର ସେ ଶୋଷ
ସଭିଏଁ କୁହନ୍ତି ଉପରୁ କଠିନ
କିନ୍ତୁ ବିଡମ୍ବନା ଭିତରେ ସେହିଟି ।
ଆଟୋପ ଉତାରି ଭିତରକୁ ଆସ
ଥାଉ ସ୍ୱଳ୍ପ ସୀମା ନାହିଁ ଅଭିଯୋଗ
କିନ୍ତୁ ଯଦି କେବେ କହିଦିଅ ଆସି
ଆବରଣ ନାହିଁ ସତ୍ୟ ଏ ମୋହରି ।
ଭାଙ୍ଗି ଯିବି ମୁହଁ ହେବି ଅସଂଖ୍ୟ ରେ
ପାଦ ରେ ତୁମର ବାଜି ଝରିଯାଏ
ରକ୍ତ ର ବିନ୍ଦୁ ମାେ ଦେହେ ଲାଗିବ
ସେ କାଚ ରେ ବି ମୁଁ ସୌଭାଗ୍ୟ ମଣିବ ।