ଜୀବନେ ଯୌବନ
ଜୀବନେ ଯୌବନ
ଜୀବନଟା ଦେଇଯାଏ ପାଞ୍ଚ ପାହାଚ,
ବାଲ୍ୟ, ଶିଶୁ, କିଶୋର, ଯୌବନ, ବାର୍ଦ୍ଧକ୍ୟ ।
ବାଲ୍ୟ କାଳ ମାଆ କୋଳେ ବଢ଼ଇ ସିନା,
ଶିଶୁ ବଢେ ପରିବାର ମେଳରେ ହିଁ ନା ।
କିଶୋର ଅଟେ ଯୌବନ ଆରମ୍ଭାବସ୍ଥା,
ଯୌବନ ଆସିଲେ ମନ ହରାଏ ସ୍ଥିରତା ।
ଯଉବନ ସମୟଟା ଏମିତି ଗଢ଼ା,
ଜୀବନ ମଝି ଅବସ୍ଥା ସୌନ୍ଦର୍ଯ୍ୟ ଭରା ।
ଶରୀରର ଅଙ୍ଗ ପ୍ରତିଅଙ୍ଗ ସଂସ୍ଥାନ,
ମନପ୍ରାଣ ସବୁ ହୁଏ ପରିବର୍ତ୍ତନ ।
ଯୌବନ ଜୁଆର ରୂପେ ବଢ଼ି ଚାଲଇ,
ଯାହା କରେ ସବୁଠିକ ବୋଲି ଭାବଇ ।
ଭୁଲ ଠିକ ଧାରଣା ସେ ମାନଇ ନାହିଁ,
ମହାଶକ୍ତିଶାଳୀ ଅଟେ ତା ଉନ୍ମାଦନା,
ଆକଟ ଵାକଟ ସିଏ କିଛି ମାନେନା ।
ଯଉବନେ ମିଳିଥାଏ ଯେପରି ଖୁସି,
ଫେରେନାହିଁ ଥରେ ଗଲେ ହାତରୁ ଖସି ।
ସୁନ୍ଦର ଚେହେରା ସହ ନୂତନ ମନ,
ସଂଚରଣ ହୋଇଥାଏ ନୂତନଜ୍ଞାନ ।
ସେ ସମୟେ ପ୍ରକଟେ ନବ ଭାବନା,
ଘାତ ପ୍ରତିଘାତ ସିଏ କିଛି ମାନେନା ।
ସାଙ୍ଗସାଥି ପ୍ରିୟାପ୍ରୀତି ଯେତେକ ଗୁଣ,
ଭଲଲାଗେ ସେ ସମୟେ ସତେ ନିଖୁଣ ।
ଏ ସମୟେ ନ ମିଳିଲେ ସୁପଥ ପ୍ରଦଶକ,
ଜୀବନଟା ହଟହଟା ହୁଏ ଶେଷ ତକ ।
ବୁଝିବିଚାରି ସଂଯମ ସହ କଲେ କାମ,
ହେବ ଆନନ୍ଦ ଦାୟକ ଜୀବନଯଉବନ ।
ଜୀବନର ଆନନ୍ଦକୁ ଉପଭୋଗ କର,
କିନ୍ତୁ ନିୟମ ମଧ୍ୟ୍ୟରେ ନ କରି ସୀମାପାର ।
ଫେରିଗଲେ ଯଉବନ ଆଉ ମିଳିବନି,
ଏମିତି କର୍ମ କର ଯା'ପାସୋରି ଯିବନି ।
ଜୀବନେ ଯୌବନ ଏକ ଅମୂଲ୍ୟ ପ୍ରାପତ,
ସଦୁପଯୋଗ କରିଣ ନିତ୍ୟ ପାଅ ସୁଖ ।
ସ୍ନେହ, ପ୍ରେମ ସବୁକିଛି ସମସ୍ତଙ୍କୁ ଦିଅ,
ନିଜେ ସ୍ନେହ ପ୍ରେମ ପାଇ ଖୁସିରେ ଯେ ରୁହ ।

