STORYMIRROR

Pranati Mahapatra

Tragedy Fantasy Inspirational

3  

Pranati Mahapatra

Tragedy Fantasy Inspirational

ହସ ତାତ୍ସଲ୍ୟର

ହସ ତାତ୍ସଲ୍ୟର

1 min
153

ହସୁଛି ବୋଲି ସେ ଭାବଥାଏ ମନେ

ପଚାରୁ ଥରେ ନିଜକୁ,

ଆନ ମୁଖେ ହସ ଭରି ଦେବା ପାଇଁ

ଚେଷ୍ଟା ଅଛି କି ତା ଥରକୁ,

ଦାନ୍ତ ଦେଖେଇଲେ କହ ତୁ

ହସି ପାରିଛୁ କି ଆତ୍ମତୃପ୍ତି ହସ

ଦେଖାଉଛୁ ଯାହା ଆନକୁ ।।


ସମୟଟି ଭାଇ ବଡ଼ ମୂଲ୍ୟବାନ

ସଭିଙ୍କୁ କହୁଛୁ ବୁଲି ବୁଲି,

ହସ ଭରିଦେଇ ତୋ ଓଠରେ ଯିଏ

କହେ ଧନ ହସେ ଖିଲି ଖିଲି,

ବୋଧେ ଯାଇଛୁ ତୁ ତାଙ୍କୁ ଭୁଲି

ଅମୃତର ସ୍ଵାଦ ଚଖେଇଲା ଯିଏ

ବିଷ ପେଇ ଦେଉ ପାଟି ଖୋଲି ।।


ଦଦରା କନ୍ଥାଟେ ଯା' ପାଇଁ ସମ୍ବଳ 

ଥୁରୁ ଥୁରୁ ହୋଇ ଭାବୁଥାଏ,

ମମତା ବନ୍ଧନେ ତୋ ଦେହେ ଘୋଡେ଼ଇ

ଶୀତରୁ ସେ ରକ୍ଷା ପାଇଯାଏ,

ନିତ୍ୟ ପ୍ରତି କ୍ଷଣ କାନ୍ଦୁଥାଏ

ଆଲିସାନ ଘରେ ଆନନ୍ଦେ ତୁ ଥାଉ

ସେ,ଜରାଶ୍ରମ ଦେଖି ହସୁଥାଏ ।।


ପାରିବେ କେ ସୁଝି ଦଶମାସ କଷ୍ଟ 

ଯମ ସାଥିରେ ତା' ଲଢ଼େଇକୁ,

ଗର୍ଭରୁ ଦେଇଛୁ ଯେତେ ତୁ ଗୋଇଠା

ବିଧା ପ୍ରସବର ବେଦନାକୁ

କେମିତିକା ହସ ଇଏ

ଯାହା ମୁଖ ଦେଖି ହସୁଥିଲା ସିଏ 

ସାରା ଜୀବନ ସହେ କଷ୍ଟକୁ।।


ଛଳନାର ହସ ହସରେ ସଭିଏଁ 

ସାଇତି କର୍ମଫଳ ଆଗକୁ,

ଶିକ୍ଷା ତ ଦେଉଛ ଶିଖାଇବ ସବୁ

ବରିବାକୁ ସର୍ବେ ଏ ଧର୍ମକୁ,

ଲେଡି ଗୁଡ଼ ପରା କହୁଣୀକୁ

ତାତ୍ସଲ୍ୟର ହସ ଧରା ପଡିଯିବ

 ଅପେକ୍ଷା କର ସେ କଳ୍ପକୁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy