କଳଙ୍କିତ ନାୟକ
କଳଙ୍କିତ ନାୟକ
ଶ୍ରାବଣରେ ଯେବେ ଭିଜିଲା ସପନ
ଆଖିରୁ ହଜିଲା ନିଦ
ହଜି ଯାଉଥିଲା ଜହ୍ନର ଆଲୁଅ
ରଟିଥିଲା ଅପବାଦ I
ସାଗର ତଟରେ ବାଲିଘରଟିଏ
ସଦର୍ପେ ହୋଇଲା ଠିଆ
ଆଘାତ ଟିକେବି ଦେଇନି ଲହଡି
ବର୍ଷା ଜାଳିଦେଲା ନିଆଁ I
ପ୍ରିୟତମା ଦେହ ମହକରେ ଯେବେ
ମହକିଲା ଚତୁର୍ଦ୍ଦିଗ
ପ୍ରୀତିର ବର୍ଷାରେ ଭିଜିଗଲା ପ୍ରାଣ
ଭିଜିଗଲା ଅନୁରାଗ I
ଶରତ ଆକାଶୁ ଝରିଲା ଜୋଛନା
ଧୋଇଲା କଳଙ୍କ କେତେ
ଆଖିତଳେ ମୋର ରହିଗଲେ ପ୍ରିୟା
ସ୍ୱର୍ଗ ଧରାଦେଲା ହାତେ I
-0-
