ପଳାଶ ଫୁଲର ଆଖିରେ ଲୁହ
ପଳାଶ ଫୁଲର ଆଖିରେ ଲୁହ
ଦେଖିବାକୁ ପଳାଶ ସୁନ୍ଦର
କରନ୍ତିନି କେହି ବି ଆଦର
ନାହିଁ ବୋଲି ତାର ସୁବାସିତ ବାସ
ତୁଚ୍ଛ ମଣନ୍ତି କି ଦୁନିଆର ଲୋକ
ପଳାଶ ଫୁଲର ଦୁଃଖ
ବୁଝିପାରେ ସେ ଭାବୁକ
ସୁନ୍ଦର ନିର୍ମଳ ଯା ହୃଦୟ
ଚୈତ୍ର ମାସ......
ପଳାଶ ଫୁଲ ଝରାଏ ଲୁହ...
କରିନି କି କେବେ କାହା ଉପକାର
ଭାବନ୍ତିନି କେହି ମତେ ଆପଣାର
ଗୋଳାପ ଫୁଲରେ...
ମହକ ଆଉ କଣ୍ଟା ଥାଏ ବୋଲି
ପ୍ରେମୀ ଯୁଗଳ ଆଦର କରନ୍ତି
ଯନ୍ତ୍ରଣା ନିମିଷେ ଯାଆନ୍ତି ଭୁଲି
ମତେ ନେଇ ଚଇତ ମାସେ
ଧରଣୀ ମାଆ ଖୁସିରେ ହସେ
ମହୁଲ ଫୁଲ ଗଛରୁ ଖସେ
ଆମ୍ବ ବଉଳ ସୁବାସିତ ହୋଇ ବାସେ
ସୁନ୍ଦର ସୁଶୀଳ ଶିଶୁଟିଏ
ହସୁଥାଏ ବସି ମୋ ଛାଇ ତଳେ
ବୁଝିପାରେ ବୋଧେ ସିଏ
ଦୁନିଆରେ ଅଛି କେତେ ବିକଳେ
ଲାଲ ରଙ୍ଗେ ସତେ
କେତେ ଯେ ସୁନ୍ଦର
ପଳାଶ ଗଛର ବେଶ
ମନ ଭରି ଥରେ
ଦେଖିଦେଲେ ତାକୁ
ମିଳିବ ଶୁଭ ଆଶିଷ
ଆହା ! କି ସୁନ୍ଦର ଏ ପଳାଶ ବଣ
ରସିକ ଭ୍ରମର ନାହିଁ ଦରଶନ
ସାଥି ବିନା ଲାଗୁଛି ସତେ
ଦେହରେ ନାହିଁ ପରାଣ
କହେ ଯୁଧିଷ୍ଠିର ଲୁହରେ ଭିଜି
ହେ ବିଧାତା ଗଢି଼ଛ ଆଉ କାହା ପାଇଁ
ଗଛରୁ ଖସି ମାଟିରେ ମିଶେ
ଆୟୁଷ ସରେ ଭ୍ରମରକୁ ଚାହିଁ
ଏ କେମିତିକା ପ୍ରେମ
ଏ କେମିତିକା ବିରହ......
ପଳାଶ ଫୁଲର ଆଖିରେ ଲୁହ ।
