STORYMIRROR

Judhisthir Majhi

Abstract Classics Fantasy

3  

Judhisthir Majhi

Abstract Classics Fantasy

ପଳାଶ ଫୁଲର ଆଖିରେ ଲୁହ

ପଳାଶ ଫୁଲର ଆଖିରେ ଲୁହ

1 min
213

ଦେଖିବାକୁ ପଳାଶ ସୁନ୍ଦର

କରନ୍ତିନି କେହି ବି ଆଦର

ନାହିଁ ବୋଲି ତାର  ସୁବାସିତ ବାସ

ତୁଚ୍ଛ ମଣନ୍ତି କି ଦୁନିଆର ଲୋକ


ପଳାଶ ଫୁଲର ଦୁଃଖ

ବୁଝିପାରେ ସେ ଭାବୁକ

ସୁନ୍ଦର ନିର୍ମଳ ଯା ହୃଦୟ


ଚୈତ୍ର ମାସ......


ପଳାଶ ଫୁଲ ଝରାଏ ଲୁହ...

କରିନି କି କେବେ କାହା ଉପକାର

ଭାବନ୍ତିନି କେହି ମତେ ଆପଣାର


ଗୋଳାପ ଫୁଲରେ...

ମହକ ଆଉ କଣ୍ଟା ଥାଏ ବୋଲି

ପ୍ରେମୀ ଯୁଗଳ ଆଦର କରନ୍ତି

ଯନ୍ତ୍ରଣା ନିମିଷେ ଯାଆନ୍ତି ଭୁଲି


ମତେ ନେଇ ଚଇତ ମାସେ

ଧରଣୀ ମାଆ ଖୁସିରେ ହସେ

ମହୁଲ ଫୁଲ ଗଛରୁ ଖସେ

ଆମ୍ବ ବଉଳ ସୁବାସିତ ହୋଇ ବାସେ


ସୁନ୍ଦର ସୁଶୀଳ ଶିଶୁଟିଏ

ହସୁଥାଏ ବସି ମୋ ଛାଇ ତଳେ

ବୁଝିପାରେ ବୋଧେ ସିଏ

ଦୁନିଆରେ ଅଛି କେତେ ବିକଳେ


ଲାଲ ରଙ୍ଗେ ସତେ

କେତେ ଯେ ସୁନ୍ଦର

ପଳାଶ ଗଛର ବେଶ

ମନ ଭରି ଥରେ

ଦେଖିଦେଲେ ତାକୁ

ମିଳିବ ଶୁଭ ଆଶିଷ


ଆହା ! କି ସୁନ୍ଦର ଏ ପଳାଶ ବଣ

ରସିକ ଭ୍ରମର ନାହିଁ ଦରଶନ

ସାଥି ବିନା ଲାଗୁଛି ସତେ

ଦେହରେ ନାହିଁ ପରାଣ


କହେ ଯୁଧିଷ୍ଠିର ଲୁହରେ ଭିଜି

ହେ ବିଧାତା ଗଢି଼ଛ ଆଉ କାହା ପାଇଁ

ଗଛରୁ ଖସି ମାଟିରେ ମିଶେ

ଆୟୁଷ ସରେ ଭ୍ରମରକୁ ଚାହିଁ 


ଏ କେମିତିକା ପ୍ରେମ

ଏ କେମିତିକା ବିରହ......


ପଳାଶ ଫୁଲର ଆଖିରେ ଲୁହ ।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract