କି ଭୁଲ୍ ଥିଲା ମୋର
କି ଭୁଲ୍ ଥିଲା ମୋର
ମୁଁ ନାରୀ
ଜନମ ଠୁ ନାରୀର ମୁକୁଟ ପିନ୍ଧି
ସଜେଇ ହେଉଛି ନିଜକୁ
କେବେ କା ମାୟା ଜାଲରେ ତ କେବେ
ଆଲୁଅରେ ଛୁପି ରହିଥିବା
ଅନ୍ଧକାର ମଧ୍ୟରେ
ଜୀବନକୁ ଜାଣି ଜାଣି ଛନ୍ଦି ଦେଲି
ଏକ କାପୁରୁଷ ସାଙ୍ଗରେ ।
କି ଭୁଲ୍ ଥିଲା ମୋର ?
ନାରୀର ଅସ୍ତିତ୍ବ ମାଆ ଗର୍ଭରୁ ପରା
ମସ୍ତକରେ ଲେଖା ହୋଇଅଛି
ଜନ୍ମ ଗୋଟେ ଘରେ ଆଉ
ମୃତ୍ୟୁ ଆଉ କାହା ଘରେ ।
ପୁଣି ଛନ୍ଦି ହୋଇ ରହିବାକୁ ପଡିବ
ଏକ ପୁରୁଷର ଜୀବନରେ ।
ଜୀବନର ପ୍ରତିଟି ମୁହୁର୍ତ୍ତ
ଆଉ କାହା ପାଇଁ ସମର୍ପି ଦେଲା ପରେ
ପ୍ରଶ୍ନ ଉଠେ , କଣ କରିଛୁ ତୁ ତୋ ଜୀବନରେ ?
ଗୋଟିଏ ଦିନ ଶେଯରୁ ଉଠିବା ଠୁ
ରାତ୍ରିରେ ଶୋଇବାକୁ ଶେଯକୁ ଯିବା ପର୍ଯ୍ୟନ୍ତ କିଏ
ଗଣି ରଖ ତା ପ୍ରତିଟି କାମ,
ଗଣି ରଖ ତା ପ୍ରତିଟି ଚିନ୍ତା,
ଆଉ ଗଣି ରଖ ତାର ପ୍ରତିଟି ଭାବନା ,
କିଏ ଗଣି ଗଣି ଥକି ଯିବ ହେଲେ
ସରିବନି ଆଉ ତା ଅନ୍ୟ ପ୍ରତି ଥିବା
ମହାନତା ଆଉ ଉଦାରତା ।