STORYMIRROR

Debjani Sathua

Abstract Fantasy Inspirational

3  

Debjani Sathua

Abstract Fantasy Inspirational

ମିଠା ରଙ୍ଗ

ମିଠା ରଙ୍ଗ

1 min
293

ଭାବିଥିଲି କହିଦେବି କିଛି ଆଜି ଅନ୍ତର ଖୋଲି, 

କେଜାଣି କେଉଁ ଭାବନାରେ ରହି ମୁଁ  ଗଲି ।


କଥା କିଛି ଆଉ ମୋ ମନେ ପଡୁନି ବୋଲି ,

ନା ଘଟଣା କିିଛି ଭୁଲି ହେଉନି ବୋଲି  ।


ନୂଆ ନୂଆ ରଙ୍ଗ ଢଙ୍ଗର ପସରା ମେଲି ,

ଆସେ ତ, ଏଇ ମତୁଆଲା ଉତ୍ସବ ହୋଲି। 


କାହିଁକି ପୁଣି କ୍ଷଣକେ ଯାଏ ସେ  ଚାଲି

କିଛି ଅନୁଭୂତି ସମୟ ସୁଅରେ ହଜାଇ ଦେଲି ।


ଲାଗେ ପୁଣି କିଛି ମନେ ସାଇତି ରଖି ତ ଥିଲି

ସେ ରଙ୍ଗ ଥିଲା ନିିଆରା ଅପାସୋରା  ବୋଲି ।


ଆସୁୁଛି ମାନସେ ସ୍ମୃତି ଢେଉରେ ଚହଲି ଚହଲି

ଗତ ବରଷ ହୋଲି କଇଁ କଇଁ କାନ୍ଦିଲା ଖାଲି ।


ଏ ସନ କରୋନା କାଳେ ଯାଇଛି ବୁଲି

ଅସ୍ଥିର ସମୟ ଚକ ଗଡି ଯାଉଛି ଚାଲି ।


ଆଜି ବୁଜିଲେ ଆଖି, ଆସି ପହଞ୍ଚେ କାଲି

ମିଠାରଙ୍ଗ ଛାଣି ମୁଠେଇ ରଖ ଲୁଣିଲୁହକୁ ଭୁଲି ।


ସୁନେଲି ତରଙ୍ଗ ମଧୁ କାଳେ ନ ଥିବ  କାଲି 

ଜୀବନ ନଈପଠା ସଞ୍ଜେ ଚମକେ ନାରଙ୍ଗି ବାଲି। 


ହୃଦଲହୁ ଜୀବନ୍ତ ରଙ୍ଗ ସେ ତ, ଚହଟ ନାଲି।

ରଙ୍ଗୀନ ଆଜି ମୋ ଅଗଣା ପ୍ରତ୍ୟେକ  ବାଲି,


ରଖିଛି ଟିକେ ଆଗତ ପାବଚ୍ଛେ ଛିଞ୍ଚିବି ବୋଲି

ନିବୁଜ ଚକ୍ଷୁରେ ରେଣୁକୁ ନିରେଖି ଚାହିଁଲି,


ଲାଗିଲା ନାଚୁଛି ଶିଖୀ ଖୁସିରେ ପୁୁୁଚ୍ଛକୁ ମେଲି

ହୃଦରେଣୁ ଖେଳ ବାହାନାରେ ରଙ୍ଗେଇ  ଦେଲି ,

ଝଲସୁ ଥାଉ ଆସିବା ଯାକେ ଆଗାମୀ ହୋଲି।  

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract