ତୁମେ ମୋ ମଧୁର ତାନ
ତୁମେ ମୋ ମଧୁର ତାନ
ତୁମେ ଶୁଭ୍ର ଶ୍ୱେତ ଆଲୋକ କିରଣ
ମୋ ଜୀବନ ଧ୍ରୃବତାରା
ଝଟକ ମନରେ ହୃଦୟ ଆକାଶେ
ତୁମେ ମୃତ୍ୟୁ କ୍ଳାନ୍ତି ହରା ।
ସରଳ କୋମଳ ଚାରୁ ଚନ୍ଦ୍ର ହାସ୍ୟ
ତୁମେ ଶାନ୍ତି ସୁଧାନୀର
ତୁମେ ମଧୁମାସ ସୁଗନ୍ଧ ସୁବାସ
ମଳୟ ମୃଦୁ ସମୀର ।
ତୁମ ସ୍ନିଗ୍ଧ ଜ୍ୟୋତି ବିମଳ ସରାଗ
ଅନାବିଳ ସ୍ନେହପ୍ରେମ
ଉନ୍ମେଷେ ଜୀବନ ଉତ୍ସାହ ଆନନ୍ଦ
ଇନ୍ଦ୍ରଧନୁ ସପ୍ତରଙ୍ଗ ।
ମମତା ନିର୍ଝର ସୁନ୍ଦର ପ୍ରକୃତି
ତୁମେ ମଧୁଝରା ସ୍ୱପ୍ନ
ପ୍ରିୟତମା ତୁମେ ପ୍ରଫୁଲ୍ଲ ସୁମନ
ତୁମେ ମୋ ମଧୁର ତାନ ।

