ନାଲି ଫଗୁ
ନାଲି ଫଗୁ
ମୁଁ ମୋ ପ୍ରିୟାକୁ ଆଜି
ଫଗୁଣରେ ରଙ୍ଗେଇବି
ନାଲି ଫଗୁକୁ ଆଣି
ତା ଶରୀରେ ବୋଲିଦେବି ।
ନାଲି ରଙ୍ଗର ସେଇ
ଫଗୁ ଦେଖି ପ୍ରିୟା ମୋର
ଜାଣିଯିବ ସେ ନିଜେ
ହୃଦୟେ କରିଛି ଘର ।
ନାଲି ଓଠ ତାହାର
ସାଜେ ସେ ହୋଇ ନାୟିକା
ସୋନ୍ଦର୍ଯ୍ଯ ତାହାରି ଦେଖି
ହୋଇଲା ମୋର ପ୍ରେମିକା ।
ନାଲି ଅବିରର ସେ
ଅର୍ଥକୁ ବୁଝି ଯାଇଛି
ତାର ବି ଇଚ୍ଛା ଆଜି
ନାଲି ରଙ୍ଗ ଖୋଜୁଛି ।
