ଅହଂକାର
ଅହଂକାର
ଜୀବନ ଅମଡ଼ା ବାଟ, ଭରା ଘନ କୁହୁଡି,
ଦୁଃଖ ନସରୁଣୁ ସୁଖ ଯାଏ ଉଜୁଡ଼ି ।
ମିଛ ଅଟ୍ଟହାସ୍ୟ କରେ, ପ୍ରତାଡ଼ିତ ସତ,
ପୁରସ୍କୃତ ଘୃଣ୍ୟ କର୍ମ, ସତକର୍ମେ ମିଳେ ଲାତ ।
ସ୍ବପ୍ନ ସୌଧ ନଭଶ୍ଚୁମ୍ବେ, ଧରା ଏଠି
ଚୂମେ କର୍ମ.
ପ୍ରତାରଣା ଆଜି ପ୍ରତିଜ୍ଞା ସାଜିଛି
ପାପ ଶିକ୍ଷ। ଦିଏ ଧର୍ମ ।
ମାଠିଆ ଗଢୁଛି କୁମ୍ଭାର ପୁଅଟି,
ଅଧା ଗଢ଼। ବେଳେ ଯାଉଛି ଭାଙ୍ଗି ।
କୁକର୍ମରେ ଲିପ୍ତ, ନ୍ୟାୟର ଶାଆନ୍ତ,
ପଛ ପଟେ ଗାନ୍ଧୀ ଛବିକୁ ଟାଙ୍ଗି ।
ବୈଶ୍ୱାନର ଦହେ ବିଶ୍ରବା ନନ୍ଦନେ
କ୍ରୁର ହସ ହସେ ତାର ପ୍ରକୃତି ।
କୋଟି ହୃଦେ ବସି ନିଶ ସଳଖୁଛି
ତାରେ ବିନାଶନ, ଅଛି କାହାର ଶକ୍ତି ।
ଦେଶ ରାଷ୍ଟ୍ର ବୋଲି ଦିଅନ୍ତି ଦ।ହୁଡ଼ି
ଭାସ୍କର ଅଦୃଶ୍ୟ ପାଦ ଧୂଳିରେ ।
ଦେଲେ ଯେବେ ଚାପ, ନଦେଖିଲେ ଥରେ,
ଆତ୍ମୀୟ ଶରୀର ଲୋଟେ ଭୁଇଁରେ ।
ଭରେ ନିଜ ପେଟ, ଗଢ଼େ ନିଜ ଥାଟ
ନୀରିହ ଉଦରେ ଥାପି ପୟର ।
ମାରି ଦିବ୍ୟସୃଷ୍ଟି, ଅହଂ କୁ ସାଉଁଟି,
ଛତ୍ର ଉଡାଇବେ ଏହି ମହୀର ।
ଜନା ହସ୍ତେ ଆଜି ପାଟ ଉତ୍ତରୀୟ
ସୁଧନ୍ଵ। ମସ୍ତକେ ବାନ୍ଧିଛି ।
କୋଟି ସୁଧନ୍ଵ। କୁ କାୖନ୍ତ୍ୟେୟେ ଭିଡାଇ
ରକ୍ତ ନଦୀ ସ୍ବପ୍ନ ଦେଖୁଛି ।
ମାତୁଳ ସୁବଳ ଦେବ ଦେବ ବଳ
ଚାହିଁ ଚାହିଁ ମରେ ନାଟୋ ଭଣଜା।
ରହିଯା ଧରିତ୍ରୀ ଚକ୍ର ଗତି ରୋଧି
ସୃଷ୍ଟି ବିନାଶ ଦୃଶ୍ୟକୁ ଦେଖିଯା ।
